ଦୀପ ହେଉ କି ପ୍ରସାଦ କେଉଁଥିରେ ବି ଓମଫେଡ଼ ଛଡା ଅନ୍ୟ କୌଣସି ଘିଅ ବ୍ୟବହାର ହେବନି : ପୃଥ୍ୱୀରାଜ ହରିଚନ୍ଦନ

Published By : Prameya-News7 Bureau | October 16, 2024 IST

ଭୁବନେଶ୍ବର ୧୬।୧୦: ଶ୍ରୀମନ୍ଦିରରେ କେବଳ ଓମଫେଡ୍ ଘିଅ ବ୍ୟବହାର ନେଇ ସ୍ଥିର ହୋଇଥିବା ବେଳେ ଏଥିରେ ସହଯୋଗ ପ୍ରଦାନ ପାଇଁ ଓମଫେଡ କମ୍ପାନୀକୁ ଶ୍ରୀମମନ୍ଦିର ମୁଖ୍ୟ ପ୍ରଶାସକ ଚିଠି ଲେଖିଛନ୍ତି । ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ହେଉ କିମ୍ବା ଶୁଖିଲା ଭୋଗ ଓ ଦୀପ ଜାଳିବା ପାଇଁ ପ୍ରତିଦିନ ପ୍ରାୟ ଦେଢ଼ଶହରୁ ଦୁଇଶହ ଘିଅ ଟିଣ ବ୍ୟବହାର ହେଉଛି । ଏଣୁ ଓମଫେଡ କମ୍ପାନୀ ପକ୍ଷରୁ ଏକ ସ୍ବତନ୍ତ୍ର ଘିଅ ଡିପୋ ଖୋଲିବା ପାଇଁ ଓମଫେଡ କମ୍ପାନୀର ପରିଚାଳନା ନିର୍ଦ୍ଦେଶକଙ୍କୁ ମୁଖ୍ୟ ପ୍ରଶାସକ ଚିଠି ଲେଖିଥିବା ବେଳେ ଏହାକୁ ସ୍ବାଗତ କରିଛି ସୁଆର ମହାସୁଆର ନିଯୋଗ ।

ଏହି ପରିପ୍ରେକ୍ଷୀରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇ ନିଷ୍ପତ୍ତି ହୋଇଛି । କୌଣସି ମନ୍ଦିର ପ୍ରସାଦ କିମ୍ବା ଦୀପରେ ଅଶୁଦ୍ଧତାର ପ୍ରଶ୍ନବାଚୀ ରହିବନି I ମହାପ୍ରଭୁଙ୍କ ପାଖରେ ବ୍ୟବହାର ହେଉଥିବା କୌଣସି ଜିନିଷରେ କିଛି ଅସୁବିଧା ନହେଉ ସେ ଦୃଷ୍ଟିରୁ ନିଷ୍ପତ୍ତି ହେଉଛି I ଦୀପ ହେଉ କି ପ୍ରସାଦ ହେଉ କେଉଁଥିରେ ବି ଓମଫେଡ଼ ଛଡା ଆଉ କିଛି ବ୍ୟବହାର ହେବନି I ଯାହା ଭକ୍ତଙ୍କୁ ଆଶ୍ଵସ୍ତ କରିବ I କୌଣସି ଅଶୁଦ୍ଧତାର ପ୍ରଶ୍ନ ଆସିବ ନାହିଁ I ଆଗକୁ ଅନ୍ୟ ମନ୍ଦିର ପାଇଁ ବି ନିଷ୍ପତ୍ତି ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

You Can Read:

ବିଜେଡି ସାଂସଦ ପ୍ରାର୍ଥୀଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଲତିକା, କହିଲେ- ‘ଦଳରେ ଥାଇ ବିଭୀଷଣ କାମ କରିଥିଲେ’

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.