ସହିପାରିଲେନି ପ୍ରେମ ବିଚ୍ଛେଦ, ଆପାର୍ଟମେଣ୍ଟରୁ ଡେଇଁ ଆତ୍ମହତ୍ୟା କଲେ ଯୁବକ

Published By : Prameya-News7 Bureau | October 15, 2024 IST

ଭୁବନେଶ୍ବର ୧୫।୧୦ : କଷ୍ଟ ଦେଲା ପ୍ରେମ ବିଚ୍ଛେଦ । ଶେଷରେ ଆପାର୍ଟମେଣ୍ଟରୁ ଡେଇଁ ଆତ୍ମହତ୍ୟା କରିଲେ ଯୁବକ । ପ୍ରେମିକା ନାଁରେ ଥାନାରେ ଅଭିଯୋଗ କଲେ ଯୁବକଙ୍କ ପରିବାର। ଭୁବନେଶ୍ଵର ଖାରବେଳ ନଗର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ଖବର ଅନୁଯାୟୀ, ଖାରବେଳ ନଗର ଅଞ୍ଚଳର ରୁନିତ ଜେନା ସକାଳୁ ସକାଳୁ ଆପାର୍ଟମେଣ୍ଟର ୮ ମହଲା ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ପ୍ରେମିକାଙ୍କ ସହ ବିଚ୍ଛେଦ ପରେ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ରୁନିତଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଅର ମୃତ୍ୟୁ ପାଇଁ ପ୍ରେମିକାକୁ ଦାୟୀ କରି ପରିବାର ଲୋକେ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି। ଖରାବେଳନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆତ୍ମହତ୍ୟା ପୂର୍ବର ଘଟଣା ସିସିଟିଭିରେ କଏଦ ହୋଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.