ସୁବର୍ଣ୍ଣପୁର ୮।୮: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଚୁଲିମାଲରେ ପୋଲିସ କନେଷ୍ଟବଳଙ୍କ ବନ୍ଧୁକରୁ ଗୁଳି ଫୁଟି ଦୁଇ ମୃତ ଘଟଣା । ଅତ୍ୟଧିକ ମଦ୍ୟପାନ କରି ନିଜେ ଗୁଳି ଫୁଟାଇ ଥିଲେ ମୃତକ । ପ୍ରଥମେ ଶେଷଦେବକୁ ବାଜିଥିଲା ଗୁଳି ପରେ ପିଏସଓ ମନୋଜ ନିଜକୁ ନିଜେ ଗୁଳି କରିଥିବା ସ୍ପଷ୍ଟ କଲା ପୋଲିସ । ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ସମ୍ୱଲପୁର ଆଇଜି ହିମାଂଶୁ ଲାଲ । ୧୭ ଜଣଙ୍କ ସାକ୍ଷ ଗ୍ରହଣ କରି ତଦନ୍ତ କରିଥିଲା ପୋଲିସ । ଏବେ ମଧ୍ୟ ତଦନ୍ତ ଜାରି ରହିଥିବା ସୂଚନା।
ପୋଲିସର ସୂଚନା ଅନୁସାରେ ଗତ ୬ ତାରିଖରେ ବିନିକା ଥାନା ଚୁଲିମାଲ ଗାଁରେ ଘଟିଥିଲା ଅଘଟଣ । ପିଏସଓ ମନୋଜ ଝାଙ୍କ ଚୁଳିମାଲ ଖେଳ ପଡ଼ିଆରେ ସାଙ୍ଗମାନଙ୍କ ସହିତ ମଦ୍ୟପାନ କରିଥିଲେ । ଅତ୍ୟଧିକ ନିଶା ହୋଇଯାଇଥିବାରୁ ସାଙ୍ଗରେ ଥିବା ତାଙ୍କ କକା ପୁଅ ଭାଇ ଶେଷଦେବ ମନୋଜଙ୍କ ସର୍ଭିସ୍ ରିଭଲଭର ଛଡ଼ାଇ ନେଇ ପ୍ରଥମେ ଫାଙ୍କା ଗୁଳି ଚାଳନା କରିଥିଲେ । ଏହାକୁ ଦେଖି ମନୋଜ ତାଙ୍କ ଠାରୁ ବନ୍ଧୁକ ଛଡ଼ାଇବା ପାଇଁ ଚେଷ୍ଟା କରିଥିଲେ । ଏହି ସମୟରେ ପୁଣି ଏକ ଗୁଳି ଫାୟାର ହୋଇ ଶେଷଦେବଙ୍କ ମୁଣ୍ଡରେ ବାଜିଥିଲା । ଫଳରେ ସେଠାରେ ସେ ଟଳି ପଡ଼ିଥିଲେ । ଏହା ଦେଖି ମନୋଜ ନିଜେ ନିଜକୁ ସୁଟ୍ କରି ଦେଇଥିବା ତଦନ୍ତରୁ ଜଣା ପଡ଼ିଥିବା ପୋଲିସ ସୂଚନା ଦେଇଛି । ସେହି ସ୍ଥାନରୁ ୭ଟା ଖୋକା ମିଳିଥିବା ବେଳେ ଦୁଇଟି ଜୀବନ୍ତ ଗୁଳି ଉଦ୍ଧାର ହୋଇଥିବା ପୋଲିସ ସ୍ପଷ୍ଟ କରିଛି । ତେବେ ଘଟଣାରେ ଆଉ କାହାରି ସଂପୃକ୍ତି ନଥିବା ସ୍ପଷ୍ଟ କରିଛି ପୋଲିସ । ଏହା ସହିତ ଅଧିକ ତଦନ୍ତ ଚାଲିଥିବା ମଧ୍ୟ ସୂଚନା ମିଳିଛି । ଏନେଇ ପଶ୍ଚିମାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ସୁବର୍ଣ୍ଣପୁର ଆରକ୍ଷୀ ଅଧୀକ୍ଷକ ୟସ ପ୍ରତାପ ଶ୍ରିମଲ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
You Can Read:
ପୋଲିସ କବଜାରୁ ଅଭିଯୁକ୍ତ ଫେରାର, କାର୍ଯ୍ୟରେ ଅବହେଳା ପାଇଁ ୨ ପୋଲିସ କର୍ମଚାରୀ ନିଲମ୍ବିତ