ଭୁବନେଶ୍ୱରରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ, କହିଲେ- ରତ୍ନଭଣ୍ଡାର କମିଟି ନେଇ ମୁଁ କିଛି ଜାଣିନି..

Published By : Prameya-News7 Bureau | July 06, 2024 IST

ଭୁବନେଶ୍ୱର ୦୬।୦୭ : ଭୁବନେଶ୍ୱରରେ ପହଞ୍ଚିଲେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ । ଏହାପରେ ପୁରୀ ଅଭିମୁଖେ  ଗସ୍ତ କରିବେ । ରବିବାର ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଯୋଗଦେବେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ । 

ରତ୍ନଭଣ୍ଡାର ନେଇ ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ, ରତ୍ନଭଣ୍ଡାର ଉପରେ ଯେଉଁ ଆଲୋଚନା ହେଉଛି । ତାହା ମୋତେ ଜଣା ନାହିଁ । ଯେଉଁ କମିଟି ଗଠନ ହୋଇଛି ତାହା ବିଷୟରେ ମୋତେ ବି ପଚରା ଯାଇନି । ଏପିରିକି କେହି ମୋ ସହ ଯୋଗାଯୋଗ କରି ନାହାନ୍ତି । ଯେଉଁ କମିଟି ଗଠନ ହୋଇଛି, ତାହା ସରକାରଙ୍କୁ ଜଣା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବା କଥା । କୌଣସି ପଦକ୍ଷେପ ଗ୍ରହଣ କରିବା ପୂର୍ବରୁ. ଶାସନତନ୍ତ୍ରର ଅଧିକାରୀଙ୍କୁ ଏହି ବିଷୟରେ ଅବଗତ ହେବା ଆବଶ୍ୟକ।  

  • Deva Snana Purnima 2024
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.