ନବରାତ୍ର ପାଇଁ ଚଳଚଞ୍ଚଳ ଚଣ୍ଡିଖୋଲର ପ୍ରସିଦ୍ଧ ଚଣ୍ଡୀ ମନ୍ଦିର, ମାଆଙ୍କୁ ଦର୍ଶନ କରି କୃପା ଲାଭ କରୁଛନ୍ତି ଭକ୍ତ

Published By : Prameya-News7 Bureau | October 04, 2024 IST

ଚଣ୍ଡିଖୋଲ: ମାଆଙ୍କ ଆଗମନ ପାଇଁ ଚଳଚଞ୍ଚଳ ହୋଇଉଠିଛି ଧରାପୃଷ୍ଠ। ଦେବୀ ପୀଠମାନଙ୍କରେ ଷୋଡ଼ଶ ଉପଚାର ପୂଜା ଚାଲିଥିବାବେଳେ ନବରାତ୍ର ମଧ୍ୟ ଆରମ୍ଭ ହୋଇଗଲାଣି । ଏମିତିରେ ବିଭିନ୍ନ ମନ୍ଦିରରେ ଦେଖିବାକୁ ମିଳିଛି ଆଧ୍ୟାତ୍ମିକ ପରିବେଶ । ଏହି ଅବସରରେ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଚଣ୍ଡୀ ମନ୍ଦିର ପରିସର ଚଳଚଞ୍ଚଳ ହୋଇଉଠିଛି । 

ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଚଣ୍ଡି ମନ୍ଦିର ପରିସରରେ ନବରାତ୍ର ପୂଜା ଅବସରରେ ମାଆ ଚଣ୍ଡୀଙ୍କୁ ବିଦ୍ୱାନ ପଣ୍ଡିତ ମାନେ ପ୍ରଭାତରୁ ସ୍ନାନ, ବେଶ, ଗୋ-ପୂଜା, ସୂର୍ଯ୍ୟ ପୂଜା, ଷୋଡ଼ଶ ଉପଚାର ପୂଜା, ୧୦୮ ପଦ୍ମରେ ବଡ଼ସିଂହାର, ଚଣ୍ଡୀପାଠ, ଘୃତାହୁତି, ମହା ଆଳତୀ ସହ ସଂପୂର୍ଣ୍ଣ ନୀତିକାନ୍ତିରେ ପୂଜାର୍ଚ୍ଚନା ଚାଲିଛି । 


ନଅଦିନ ଧରି ଏହି ପୂଜା ଚଳିବାକୁ ଥିବାବେଳେ, ବିଭିନ୍ନ ଦିବସରେ ୯ଟି ବେଶ, ୯ ଦେବୀଙ୍କ ନାମରେ ମାଆ ପୂଜା ପାଇବେ। ଏହି ପୂଜା ଅବସରରେ ଅନେକ ଶ୍ରଦ୍ଧାଳୁ ଭକ୍ତ ଅଖଣ୍ଡ ଦୀପ ଲଗାଇ ପୂଜାର୍ଚ୍ଚନା କରି ବିଭୂ କୃପା ଲାଭ କରୁଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.