କଟକ: ଅନେକ ଡେଙ୍ଗୁ ଆକ୍ରାନ୍ତ ମାନେ ଘରୋଇ ହସ୍ପିଟାଲଗୁଡିକରେ ଚିକିତ୍ସିତ ହେଉଛନ୍ତି। ପୁଣି ଅନେକ ରୋଗର ଶିକାର ହୋଇ ମଧ୍ୟ ଘରୋଇ ଚିକିତ୍ସାରେ ରହିଯାଉଛନ୍ତି। ତେଣୁ ସିଏମସିର ଚିନ୍ତା ବଢିଛି । ସେହି ଦୃଷ୍ଟିରୁ ରୋଗୀଙ୍କ ବାବଦୀୟ ସମସ୍ତ ତଥ୍ୟ ସ୍ୱାସ୍ଥ୍ୟ ବିଭାଗ ଏବଂ ସିଏମସିକୁ ଦେବାଲାଗି ଶୁକ୍ରବାର କଟକ ସହରରେ ଥିବା ଘରୋଇ ହସ୍ପିଟାଲଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି।
ଯେହେତୁ ଆବଶ୍ୟକ ସମୟରେ ସେମାନଙ୍କ ଠାରୁ ସଠିକ ତଥ୍ୟ ମିଳୁନାହିଁ। ବିଶେଷ କରି ଅଦାଲତି ମାମଲାରେ ସିଏମସି ପକ୍ଷରୁ ଯେଉଁ ତଥ୍ୟ ରଖିବା କଥା, ତାହା ଉପଲବ୍ଧ ହେଉନାହିଁ। ତେଣୁ ସରକାରୀ କାମରେ ସମ୍ପୂର୍ଣ୍ଣ ସହଯୋଗ କରିବାଲାଗି ଆଜି ଘରୋଇ ହସ୍ପିଟାଲ ଗୁଡିକୁ ତାଗିଦ କରିଛି ସିଏମସି ପ୍ରଶାସନ । ଏନେଇ ଶୁକ୍ରବାର ଏକ ବୈଠକ ଅନୁଷ୍ଠିତ ହୋଇଛି, ଯେଉଁଠି ଶତାଧିକ ସଂଖ୍ୟାରେ ଘରୋଇ ହସ୍ପିଟାଲ ଗୁଡିକର ମ୍ୟାନେଜର ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ।