ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ : ଦୋଷୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ

Published By : Prameya-News7 Bureau | October 04, 2024 IST

Breaking_2

ବାଲେଶ୍ଵର ୪।୧୦: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ । ଏଭଳି ଦଣ୍ଡ ଶୁଣାଇଛନ୍ତି ବାଲେଶ୍ଵର  ସ୍ଵତନ୍ତ୍ର ପୋକ୍ସୋ କୋର୍ଟ । ବାଲେଶ୍ବର ଜିଲ୍ଲା ରେମୁଣା ଥାନା ଅଧୀନ ଦୋଷୀ ସୁକୁରା ସିଂକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୨ ବର୍ଷ ଜେଲ ଦଣ୍ଡ । ୧୭ ଜଣ ସାକ୍ଷୀ ଓ ୨୩ଟି ଦଲିଲ ଓ ଦସ୍ତାବିଜକୁ ଆଧାର କରି ରାୟ ଶୁଣାଇଛନ୍ତି କୋର୍ଟ । ଏଥିସହ ନାବାଳିକାଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ । ନାବାଳିକାଙ୍କୁ ଧମକାଇ ବିଭିନ୍ନ ସମୟରେ ସୁକୁରା ସିଂ ସମ୍ପର୍କ ସ୍ଥାପନା ନେଇ ନାବାଳିକାଙ୍କ ମା’ ରେମୁଣା ଥାନାରେ ୨୦୨୩ ମସିହାରେ ଅଭିଯୋଗ କରିଥିଲେ ।

You Can Read:

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର, କଟାଯାଇଛି ତଣ୍ଟି

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.