ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର, କଟାଯାଇଛି ତଣ୍ଟି

Published By : Prameya-News7 Bureau | October 04, 2024 IST

କେନ୍ଦୁଝର ୪।୧୦: ତଣ୍ଟି କଟା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଥିଲା ମୃତଦେହ । କେନ୍ଦୁଝର ଟାଉନ ଥାନା ସ୍ଥିତ ପବିତ୍ର ଡିହା ବରାଳ ଲଜ୍ ଗଳିରେ ଭଡାରେ ରହୁଥିଲେ ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଟାଉନ ଥାନା ସ୍ଥିତ ପବିତ୍ର ଡିହା ବରାଳ ଲଜ୍ ଗଳିରେ ଭଡା ରହୁଥିବା ରବୀନ୍ଦ୍ର ବେହେରାଙ୍କ ବଡ଼ ଝିଅଙ୍କ ତଣ୍ଟି କଟା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ବାପାଙ୍କ କହିବା ଅନୁସାରେ ସେ ଲାବଣ୍ୟ ଛକ ନିକଟରେ ଛତୁ ବେପାର କରନ୍ତି । ସେ ଓ ତାଙ୍କ ସ୍ତ୍ରୀ ଛତୁ ବେପାର କରିବା ପାଇଁ ଯାଇଥିବା ବେଳେ ତାଙ୍କ ସାନ ଝିଅ କଲେଜ ଯାଇଥିଲେ । ମୃତ ଝିଅ ଘରେ ଏକା ଥିଲେ । ଦିନ ୧୧ଟା ସମୟରେ ଝିଅ ଚାଉଳ ନେଇ ଘରକୁ ଫେରିବା ପରେ ବାପା ଓ ମା’କୁ ଫେରିବା ନେଇ ଫୋନ ଯୋଗେ ଜଣାଇଥିଲେ । ହେଲେ ଦ୍ବିପ୍ରହର ସମୟରେ ବାପା-ମା’ ଘରକୁ ଫେରି ଦେଖିଥିଲେ ସେତେବେଳେ ଝିଅର ତଣ୍ଟି କଟାଯାଇଥିବା ବେଳେ ରକ୍ତ ଜୁଡୁବୁଡୁ ହୋଇ ମୁହଁ ମାଡି ତଳକୁ ପଡିଥିଲେ । ଘଟଣାସ୍ଥଳରେ ସଦର ଏସଡିପିଓଙ୍କ ନେତୃତ୍ୱରେ ପୋଲିସ ତଦନ୍ତ ଚଳାଇଥିବା ବେଳେ ତଦନ୍ତ ପରେ ସବିଶେଷ ତଥ୍ୟ ଜଣାପଡିବ ବୋଲି ଏସଡିପିଓ ମହେନ୍ଦ୍ର ମୁର୍ମୁ ସୂଚନା ଦେଇଛନ୍ତି ।

You Can Read:

CMC ଭେଣ୍ଡିଂ ଦୋକାନରେ ଚଢ଼ାଉ, ୨ କ୍ବିଣ୍ଟାଲ ଖାଦ୍ୟ ନଷ୍ଟ କଲା ଏନଫୋର୍ସମେଣ୍ଟ ଟିମ୍

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.