ମୁମ୍ବାଇ ୨୪/୦୩: ଫିଲ୍ମ ଅଭିନେତା ସଞ୍ଜୟ ଦତ୍ତ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରିଛନ୍ତି । ସେ ତାଙ୍କ ଷ୍ଟାଇଲ୍ ସହିତ ଏକ ଏକ୍ସପେରିମେଣ୍ଟ କରିଛନ୍ତି ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସଞ୍ଜୟଙ୍କ ନୂଆ ଲୁକକୁ ତାଙ୍କ ଫ୍ୟାନ୍ସମାନେ ବହୁତ ପସନ୍ଦ କରୁଛନ୍ତି । ଏଥି ସହିତ, ତାଙ୍କ ଝିଅ ତ୍ରିଶାଲାଙ୍କୁ ମଧ୍ୟ ତାଙ୍କ ବାପାଙ୍କ ଏହି ନୂଆ ଲୁକ୍ ବେଶ ପସନ୍ଦ ଆସୁଛି । ତାଙ୍କ ଫଟୋ ଉପରେ କମେଣ୍ଟ ଦେଇ ତ୍ରିଶାଲା ତାଙ୍କ ବାପାଙ୍କ ନୂଆ ଲୁକକୁ ପ୍ରଶଂସା କରିଛନ୍ତି ।
{"id":427717,"width":644,"height":739,"sizeSlug":"large","linkDestination":"none"}ଫଟୋରେ ସଞ୍ଜୟ ଫ୍ରେନଚ୍ କଟ୍ ଦାଢି, କପାଳରେ ତିଳକ, ସନଗ୍ଲାସ୍ ଏବଂ ଛୋଟ ହେୟାର କଟ କରିଥିବା ଦେଖାଯାଉଛନ୍ତି । ଏହି ଫଟୋରେ ସଞ୍ଜୟ ଡ୍ରେସିଂ ରୁମରେ ବସିଥିବାର ନଜର ଆସିଛନ୍ତି । ଫଟୋରେ ସଞ୍ଜୟ ଦତ୍ତଙ୍କ ହେୟାରଷ୍ଟାଇଲିଷ୍ଟ ଶରିକ୍ ଅହମ୍ମଦ ତାଙ୍କ ହେୟାରରେ ସ୍ପ୍ରେ କରୁଛନ୍ତି । ସଞ୍ଜୟ ଏହି ଫଟୋ ସେୟାର କରି ଲେଖିଛନ୍ତି, ‘କାର୍ଯ୍ୟରେ ମାହିର, ଧନ୍ୟବାଦ ଶରିକ୍ ଅହମ୍ମଦ ସର୍ବଦା ମୋ ସହିତ ରହିଥିବାରୁ ଏବଂ ମୋତେ ଏକ ନୂଆ ଲୁକ୍ ଦେଇଥିବାରୁ ।‘
{"width":648,"height":486}ସଞ୍ଜୟ ଦତ୍ତଙ୍କ ଏହି ଫଟୋକୁ ପସନ୍ଦ କରି ତାଙ୍କ ଝିଅ ତ୍ରିଶାଲା ଏକ ହାର୍ଟ ଇମୋଜି ତିଆରି କରି ତାଙ୍କ ବାପାଙ୍କୁ ପ୍ରଶଂସା କରିଛନ୍ତି । କେବଳ ଏତିକି ନୁହେଁ, ଫ୍ୟାନ୍ସମାନେ ମଧ୍ୟ ସଞ୍ଜୟଙ୍କ ଏହି ନୂଆ ଲୁକକୁ ଖୁବ୍ ପସନ୍ଦ କରୁଛନ୍ତି । ନୂଆ ଲୁକକୁ ନେଇ ଅନେକ ଫ୍ୟାନ୍ସମାନେ କମେଣ୍ଟରେ ଲେଖିଛନ୍ତି, ‘କ’ଣ ଲୁକ୍ ହୋଇଛି ସଞ୍ଜୁ ବାବା’ । ସେହିପରି ଆଉଜଣେ ୟୁଜର ଲେଖିଛନ୍ତି, ଆପଣ କୁଲ୍ ଦେଖାଯାଉଛନ୍ତି ମୁନ୍ନା ଭାଇ ।
{"width":652,"height":361}ଗତ ବର୍ଷ ଅଗଷ୍ଟରେ ସଞ୍ଜୟ ଦତ୍ତ କହିଥିଲେ ତାଙ୍କୁ କ୍ୟାନ୍ସର ହୋଇଛି । ଅଗଷ୍ଟ ୧୧, ୨୦୨୦ ରେ ଇନଷ୍ଟାରେ ପୋଷ୍ଟ କରି ସଞ୍ଜୟ ଦତ୍ତ ଲେଖିଥିଲେ, ମୁଁ ମେଡିକାଲ ଟ୍ରିଟମେଣ୍ଟ ପାଇଁ କିଛି ସମୟ ବ୍ରେକ୍ ନେଉଛି । ପରିବାର ଏବଂ ସାଙ୍ଗମାନେ ସାଥିରେ ଅଛନ୍ତି । ବର୍ତ୍ତମାନ ସଞ୍ଜୟ କ୍ୟାନ୍ସରରୁ ଭଲ ହୋଇଯାଇଛନ୍ତି ।