ଭଦ୍ରକ ୨୭/୦୫: ବିଧାୟକଙ୍କ ଉପସ୍ଥିତିରେ କନିଷ୍ଠ ଯନ୍ତ୍ରୀଙ୍କୁ ଆକ୍ରମଣ ଅଭିଯୋଗ। ସରପଞ୍ଚ ଓ ସମିତିସଭ୍ୟଙ୍କ ସ୍ୱାମୀ ମିଶି କଲେ ଆକ୍ରମଣ।। ଏପରି ଏକ ଅଭାବନୀୟ ଘଟଣା ଭଦ୍ରକର ଧାମନଗର ଥାନା ଅଧିନ ଥିବା ଡାକ ବଙ୍ଗଳାରେ ଘଟିଛି। ଆକ୍ରମଣର ଶୀକାର ହୋଇଥିବା ଯନ୍ତ୍ରୀଙ୍କ ପରିଚୟ ନରେନ୍ଦ୍ର ମଲ୍ଲିକ। ସେ ଦୋବଲ ପଞ୍ଚାୟତରେ କାର୍ଯ୍ୟରତ। ଏନେଇ ଆକ୍ରମଣର ଶୀକାର ହୋଇଥିବା କନିଷ୍ଠ ଯନ୍ତ୍ରୀ ଧାମନଗର ଥାନା ଏବଂ ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି।
wp:gallery {"linkTo":"none"} /wp:galleryଖବର ଅନୁସାରେ ନରେନ୍ଦ୍ରଙ୍କୁ ବିଧାୟକ ପିଏ ଡାକବଙ୍ଗଳାକୁ ବିଧାୟକଙ୍କ ସହିତ ଆଲୋଚନା ପାଇଁ ଡାକିଥିଲେ। ସେଠାକୁ ସେ ଗଲା ପରେ ଗୋଟିଏ କାମର ବିଲ୍ ବାବଦରେ ଆଲୋଚନା ହୋଇଥିଲା। ପରେ ଦୋବଲ ପଞ୍ଚାୟତର ସରପଞ୍ଚ ଅଶୋକ ପଣ୍ଡା ଓ ସମିତି ସଭ୍ୟାଙ୍କ ସ୍ୱାମୀ (ବାବୁଲି) ତାଙ୍କୁ ବିଧାୟକ ସୁରଜ ସୂର୍ଯ୍ୟବଂଶୀଙ୍କ ଉପସ୍ଥିତିରେ ମାଡ଼ ମାରିଥିଲେ। ପରେ ଏନେଇ କନିଷ୍ଠ ଯନ୍ତ୍ରୀ ଧାମନଗର ଥାନାରେ ଲିଖିତ ଏତଲା ପରେ ଧାମନଗର ବିଡ଼ିଓ ମଧ୍ୟ ଲିଖିତ ଏତଲା ଦେଇଛନ୍ତି।
wp:gallery {"linkTo":"none"}କିନ୍ତୁ ଏନେଇ ଧାମନଗର ବିଧାୟକଙ୍କୁ ପଚାରିବାରୁ ସେ କହିଛନ୍ତି ଏହି ଘଟଣା ସମ୍ପୂର୍ଣ ମିଥ୍ୟା ଓ ପୋଲିସ ତଦନ୍ତ କରୁଛି ଏହାପରେ ସତ ଓ ମିଛ ସାମ୍ନାକୁ ଆସିବ। ତେଣୁ ସେ କିଛି କହିବା ପାଇଁ ଉଚିତ ଭାବୁ ନାହାନ୍ତି। ଏପଟେ ଏଥିପାଇଁ ଓଡ଼ିଶା ଡିପ୍ଲୋମା ଯନ୍ତ୍ରୀ ସଂଘ ପକ୍ଷରୁ ଭଦ୍ରକ ଏସପି ଓ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଛି। ସେପଟେ ଏହା ମଧ୍ୟରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ପାଞ୍ଚାଳି ଜେନାଙ୍କୁ ଅସଦାଚରଣ କରିଛନ୍ତି ବୋଲି ସେ ଧାମନଗର ଥାନାରେ ଅଭିଯୋଗ କରିଛନ୍ତି।