ଉଦ୍ଧବଙ୍କୁ ଭେଟିଲେ ସତ୍ୟପାଲ ମଲିକ, କହିଲେ- ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ MVA ପାଇଁ କରିବେ ପ୍ରଚାର

Published By : Prameya-News7 Bureau | September 22, 2024 IST

ମୁମ୍ବାଇ ୨୨।୯: ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ରବିବାର ବାନ୍ଦ୍ରାସ୍ଥିତ ମାତୋଶ୍ରୀ ବଙ୍ଗଳାରେ ଶିବସେନା (ୟୁବିଟି) ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ଆଲୋଚନା ବେଳେ ସତ୍ୟପାଲ ମଲିକ କହିଛନ୍ତି ଯେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାବିକାଶ ଅଘାଡି (ଏମଭିଏ) ଲାଗି ପ୍ରଚାର କରିବେ। ଏହି ଅବସରରେ ଗଣମାଧ୍ୟମ ପ୍ରଶ୍ନର ଜବାବ ଦେଇ ମଲିକ ନିର୍ବାଚନରେ ଏମଭିଏକୁ ସଫଳତା ମିଳିବ ବୋଲି କହିଛନ୍ତି। 

ଉଦ୍ଧବ ଠାକରେ ରାଜ୍ୟରେ ବିଜେପିକୁ କଡା ଟକ୍କର ଦେଉଛନ୍ତି। ସେହିପରି ମହାରାଷ୍ଟ୍ରର ଏମଭିଏ ଦେଶେ ଇଣ୍ଡିଆ ମେଣ୍ଟର ତାକତକୁ ମଧ୍ୟ ବଢାଉଛି। ମଲିକ ପୁଲବାମା ଆକ୍ରମଣ, ଆଦାନୀ, ଅମ୍ବାନୀ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବୟାନ ଦେଇ ଚର୍ଚାରେ ଥିଲେ। ମାତୋଶ୍ରୀରେ ଉଦ୍ଧବ ଓ ମଲିକ ପାଖାପାଖି ଅଧଘଣ୍ଟା କଥାବାର୍ତ୍ତା ହୋଇଛନ୍ତି। ଜମ୍ମୁ-କାଶ୍ମୀର ପୂର୍ବତନ ରାଜ୍ୟପାଳଙ୍କ ଏହି ଆଳାପ ଆଲୋଚନାରେ ବରିଷ୍ଠ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ମଧ୍ୟ ଉପସ୍ଥିତ ଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.