ପୁଣି ଟ୍ରେନ୍ ଦୁର୍ଘଟଣାର ଷଡଯନ୍ତ୍ର, ଟ୍ରାକ୍‌ରୁ ମିଳିଲା ଗ୍ୟାସ୍‌ ସିଲିଣ୍ଡର

Published By : Prameya-News7 Bureau | September 22, 2024 IST

ନୂଆଦିଲ୍ଲୀ ୨୨।୦୯: ପୁଣି ଟ୍ରେନ୍‌ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି। ଟ୍ରାକ୍‌ରୁ ମିଳିଛି ଏକ ଗ୍ୟାସ୍‌ ସିଲିଣ୍ଡର୍‌ । ରବିବାର ସକାଳେ ଉତ୍ତରପ୍ରଦେଶର କାନପୁର ରେଳ ଷ୍ଟେସନ ନିକଟରେ ଟ୍ରେନ୍ ଦୁର୍ଘଟଣା ହୋଇଥାଆନ୍ତା । ହେଲେ ଲୋକୋ ପାଇଲଟ୍ ଠିକ୍ ସମୟରେ ବ୍ରେକ୍ ଲଗାଇ ଥିଲେ ଏବଂ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା। ଗତ କିଛି ଦିନ ହେବ କାନପୁରରୁ ଏହା ହେଉଛି ଦ୍ୱିତୀୟ ଷଡଯନ୍ତ୍ର।

ଉତ୍ତରପ୍ରଦେଶ ଷ୍ଟେଶନ ରେଳ ଟ୍ରାକରୁ ଗ୍ୟାସ୍‌ ସିଲିଣ୍ଡର ଜବତ ହୋଇଛି। କାନପୁରରୁ ଏକ ମାଲ୍‌ବାହୀ ଟ୍ରେନ୍‌ ପ୍ରୟାଗରାଜ ଯାଉଥିବା ଲୋକୋ ପାଇଲଟଙ୍କ ନଜରରେ ପଡ଼ିଥିଲା ସିଲିଣ୍ଡର । ସେ ସଙ୍ଗେ ସଙ୍ଗେ ଟ୍ରେନ୍‌ଟିକୁ ଅଟକାଇ ଦେଇଥିଲେ। ଉପସ୍ଥିତି ବୁଦ୍ଧି ଯୋଗୁଁ ଫଳରେ ବଡ଼ ଅଘଟଣ ଟଳି ଯାଇଛି। ଖବର ପାଇ ଆର୍‌ପିଏଫ୍‌ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍‌ ସିଲିଣ୍ଡର ଜବତ କରି ତଦନ୍ତ ଚଳାଇଛି।

କାନପୁରରେ ଏହା ହେଉଛି ଦ୍ଵିତୀୟ ଘଟଣା। କିଛି ଦିନ ପୂର୍ବରୁ ସାବରମତୀ ଏକ୍ସପ୍ରେସର ଇଞ୍ଜିନ ଏବଂ ୨୦ଟି କୋଚ୍‌ ଟ୍ରାକ୍‌ରୁ ଲାଇନ୍‌ଚ୍ୟୁତ ହୋଇଥିଲା। ସେହି ମାମଲାରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏକ ଏଫ୍‌ଆଇଆର୍‌ ଦାଖଲ କରାଯାଇଥିଲା। ଗୁଜରାଟର ସୁରଟ ନିକଟରେ ରେଳ ଟ୍ରାକ୍‌ରେ ଥିବା ଫିସ୍‌ ପ୍ଲେଟ ଏବଂ ଚାବି ରଖାଯାଇଥିଲା। ଏହି ଘଟଣା ଶନିବାର ଘଟିଥିବା ବେଳେ ଆଜି ଟ୍ରାକ୍‌ରୁ ଗ୍ୟାସ୍‌ ସିଲିଣ୍ଡର ମିଳିଥିବା ଅଧିକାରୀମାନେ କହିଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.