କାନପୁରର ଗଦି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ୬ ଜୀବନ୍ତଦଗ୍ଧ

Published By : Prameya-News7 Bureau | September 22, 2024 IST

ନୂଆଦିଲ୍ଲୀ ୨୨।୦୯; କାନପୁରରେ ଭୟଙ୍କର ଅଘଟଣ । ଦେହାତର ରାନିଆରେ ଅବସ୍ଥିତ ଏକ ଫୋମ୍ ଗଦି ପ୍ରସ୍ତୁତ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଏପର୍ଯ୍ୟନ୍ତ ୬ ଜଣଙ୍କର ମୃତ୍ୟୁ ଘଟିଛି। ନାଇଟ୍ ସିଫ୍ଟ ସମୟରେ କାରଖାନାରେ ପ୍ରାୟ ୧୫ କର୍ମଚାରୀ ଉପସ୍ଥିତ ଥିଲେ। ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ, ମେସିନରୁ ନିଆଁର ଝୁଲ ଆସିବା ପରେ ହଠାତ୍ ନିଆଁ ଲାଗିଯାଇଥିଲା। 

ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କାନପୁରରେ ଚିକିତ୍ସା ସମୟରେ ଏବଂ ଦୁଇ ଜଣ ଲକ୍ଷ୍ମୌରେ ଚିକିତ୍ସା ସମୟରେ ମୃତ୍ୟୁ ବରଣ କରିଛନ୍ତି। ତିନୋଟି ମୃତଦେହ ଏତେ ଜଳି ଯାଇଥିଲା ଯେ ସେମାନଙ୍କୁ ଚିହ୍ନଟ କରାଯାଇ ପାରି ନଥିଲା। ସେମାନଙ୍କୁ କେବଳ DNA ପରୀକ୍ଷା ମାଧ୍ୟମରେ ଚିହ୍ନଟ କରାଯାଇପାରିବ । 

କୁହାଯାଉଛି କିଛି ଶ୍ରମିକ ଭିତରକୁ ଫସି ରହିଥାଇ ପାରନ୍ତି ବୋଲି ସନ୍ଦେହ ଚାଲିଛି। ଅଗ୍ନିକାଣ୍ଡର କାରଣ ଜଣା ପଡି ନାହିଁ।  କାନପୁର ଦେହାତ ଏସପି କହିଛନ୍ତି ଯେ କାରଖାନାର ତିନିଜଣ ନିର୍ଦ୍ଦେଶକଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ପୀଡ଼ିତାଙ୍କ ଠାରୁ କୌଣସି ଅଭିଯୋଗ ଆସି ନ ଥିବାରୁ ଅଗ୍ନିଶମ ବିଭାଗର ଅଭିଯୋଗ ଉପରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.