ପଞ୍ଜାବ ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚାରେ ଇସ୍ତଫା ଦେଲେ ୫ ମନ୍ତ୍ରୀ, ଜାଣନ୍ତୁ କିଏ ?

Published By : Prameya-News7 Bureau | September 22, 2024 IST

ଚଣ୍ଡିଗଡ଼ ୨୨।୯: ପଞ୍ଜାବ ମନ୍ତ୍ରୀମଣ୍ଡଳ ଅଦଳବଦଳ ଖବର ମଧ୍ୟରେ ରବିବାର ୫ ମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କୁହାଯାଉଛି ଏହି ମନ୍ତ୍ରୀମାନଙ୍କ ମଧ୍ୟରେ ବଲକୌର ସିଂହ, ଚେତନସିଂହ ଜୌଡାମାଜରା, ବ୍ରହ୍ମଶଙ୍କର ଜିମ୍ପା ଓ ଅନମୋଲ ଗଗନ ମାନ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟପଟେ ହରଦୀପ ସିଂହ ମୁଣ୍ଡିଆ, ତରୁଣପ୍ରୀତ ଏସ୍, ସୌନ୍ଧ, ବରିନ୍ଦର ଗୋୟଲ ଓ ମହିନ୍ଦର ଭଗତ ଏହି ୫ ନୂଆ ମୁହଁ ମନ୍ତ୍ରୀମଣ୍ଡଳରେ ସାମିଲ ହେବେ। 

ସୋମବାର ଅପରାହ୍ନ ୫ଟା ବେଳେ ରାଜ ଭବନରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବରେ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଯିବ। ତେବେ ପଞ୍ଜାବ ମନ୍ତ୍ରିମଣ୍ଡଳରେ  ଅଦଳବଦଳ କିଛି ନୂଆ କଥା ନୁହେଁ। ଏହା ପୂର୍ବରୁ ମଧ୍ୟ ଅନେକବାର ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଦଳବଦଳ ହୋଇଛି। ଏଥିରେ ନୂଆ ମୁହଁଙ୍କୁ ମନ୍ତ୍ରୀ କରାଯାଇଛି। ସେହିଭଳି ଏଥର ମଧ୍ୟ କିଛି ନୂଆ ମୁହଁଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ। ଏଣୁ ୫ ପୁରୁଣାମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.