ମଣିପୁର ହିଂସା ପ୍ରଭାବିତଙ୍କ ପାଇଁ SBIର ଘୋଷଣା, ଲୋନ୍ ଉପରେ ମିଳିବ ରିହାତି

Published By : Prameya-News7 Bureau | August 17, 2023 IST

ନୂଆଦିଲ୍ଲୀ: ମଣିପୁରରେ ହିଂସା ପ୍ରଭାବିତ ଲୋକଙ୍କ ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହଯୋଗର ହାତ ବଢାଇଛି । ଏସବିଆଇ କହିଛି ଯେ ମଣିପୁରରେ ହିଂସା ପ୍ରଭାବିତ ଲୋକଙ୍କୁ ଋଣ ଉପରେ ରିହାତି ପ୍ରଦାନ କରାଯିବ । ଏନେଇ ଏସବିଆଇ ମଣିପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ନୋଟିସ୍ ଜାରି କରିଛି ।

ପଢନ୍ତୁ: ସର୍ଜିକାଲ ଷ୍ଟ୍ରାଇକ୍‌ରେ ହିଁ ଦୂର ହେବ ମଣିପୁର ସମସ୍ୟା: ବିଜେପି ସହଯୋଗୀ ଦଳର କେନ୍ଦ୍ରକୁ ଦାବି

ଏସବିଆଇ ଏହି ପଦକ୍ଷେପ ହିଂସା ପ୍ରଭାବିତ ଲୋକଙ୍କ ପାଇଁ ଉଠାଇଛି । ଏସବିଆଇ ପକ୍ଷରୁ ଜାରି ନୋଟିସରେ କୁହାଯାଇଛି ଯେ ଏହି ପ୍ୟାକେଜରେ ସମାନ ମାସିକ କିସ୍ତି (ଇଏମଆଇ), ଋଣ ପୈଠ ଏବଂ ଅନ୍ୟ କିସ୍ତି ଉପରେ ୧୨ ମାସ ରିହାତି ସାମିଲ ରହିଛି । କୁହାଯାଇଛି ଯେ ଏହି ସୁବିଧା ସେହି ଖାତା ଧାରକଙ୍କ ପାଇଁ ଉପଲବ୍ଧ ରହିବ, ଯେଉଁମାନଙ୍କ ଖାତା ମଇ ୩ ସୁଦ୍ଧା ଏନପିଏ ଘୋଷଣା ହୋଇ ନଥିବ ।

ଉଲ୍ଲେଖଯୋଗ୍ୟ ଯେ ପ୍ୟାକେଜକୁ ୨୦୨୩, ମଇ ୪ର ମୂଲ୍ୟାଙ୍କନ ତିଥି ଆଧାରରେ ଲାଗୁ କରାଯିବ । ବ୍ୟାଙ୍କ କହିଛି ଯେ ଯେଉଁମାନେ ଏହି ପ୍ୟାକେଜ ଇଚ୍ଛୁକ ଅଟନ୍ତି, ସେମାନେ ଅଗଷ୍ଟ ୩୧ ସୁଦ୍ଧା ନିଜର ଆକାଉଣ୍ଟ ଥିବା ଏସବିଆଇ ଶାଖାରେ ଯୋଗାଯୋଗ କରିପାରିବେ । ଏସବିଆଇ କହିଛି ଯେ ସଂସ୍ଥା ମଣିପୁରର କ୍ଷତିଗ୍ରସ୍ତ ଲୋକ ଏବଂ ବ୍ୟବସାୟୀଙ୍କ ସାମନାରେ ଥିବା ଆହ୍ୱାନକୁ ଅନୁଭବ କରୁଛି । ସମସ୍ତଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ କରିବା ଏହି ରିହାତି ପ୍ୟାକେଜର ଉଦ୍ଦେଶ୍ୟ ବୋଲି କୁହାଯାଇଛି ।

Also read: ମଣିପୁର ଆମ ହୃଦୟର ଅଂଶ, ଖୁବ୍‌ଶୀଘ୍ର ସେଠାରେ ଶାନ୍ତି ପ୍ରତିଷ୍ଠା ହେବ: ଅନାସ୍ଥା ପ୍ରସ୍ତାବରେ ଆଲୋଚନା ବେଳେ କହିଲେ ପ୍ରଧାନମନ୍ତ୍ରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.