ଗାଡ଼ି ଅଟକାଇ ଶିକ୍ଷକଙ୍କୁ ଅପହରଣ, କ୍ରିପ୍ଟୋ କାରବାର ପାଇଁ କିଡ୍‌ନାପ ସନ୍ଦେହ

Published By : Prameya-News7 Bureau | February 10, 2025 IST

କରଞ୍ଜିଆ: ଶିକ୍ଷକଙ୍କୁ ଅପହରଣ ଅଭିଯୋଗ। ବିଦ୍ୟାଳୟରୁ ଫେରିବା ବାଟରେ ସ୍କୁଲ ଶିକ୍ଷକଙ୍କୁ ଗାଡ଼ିରୁ ଟାଣି ନେଇ ଅପହରଣ କରିଥିବା ଅଭିଯୋଗ ହୋଇଛି । ୨୨୦ ନଂ ଜାତୀୟ ରାଜପଥ  କାଳିକାପୁର ଗାଁ ନିକଟରେ ଘଟିଛି ଏଭଳି ଘଟଣା। ଶିକ୍ଷକ ଜଣକ ହେଉଛନ୍ତି ରବିନ୍ଦ୍ର ନାଥ ସିଙ୍କୁ। ସେ ଜଶୀପୁର ବ୍ଲକ ଧୁଡୁକୁ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ ।

ରବିନ୍ଦ୍ରଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ ଏତଲା ଦେବାପରେ କରଞ୍ଜିଆ ପୋଲିସ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଅପହରଣ ପଛରେ ଶିକ୍ଷକ ଜଣଙ୍କର କ୍ରିପ୍ଟୋ କରେନ୍ସୀ କାରବାରରେ ସମ୍ପୃକ୍ତ ରହିଥିବା ନେଇ ସୂଚନା ମିଳିଛି। ଆଉ ଏହି ଅପହରଣ ପଛରେ କ୍ରିପ୍ଟୋ କରେନ୍ସି କାରବାର ହିଁ ମୁଖ୍ୟ କାରଣ ହୋଇଥାଏ ପାରେ ବୋଲି ସନ୍ଦେହ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.