ଗୋଷ୍ଠୀ ସଂଘର୍ଷ ପରେ ଗୋଡ଼ିପୋଖରୀରେ ୧୬୩ ଧାରା ଲାଗୁ, ୨୧ ତାରିଖ ରାତି ୧୦ଟା ଯାଏଁ ରହିବ ବଳବତ୍ତର

Published By : Prameya-News7 Bureau | September 19, 2024 IST

ଭଦ୍ରକ ୧୯।୯: ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଗୋଡ଼ିପୋଖରୀରେ ଗୋଷ୍ଠୀ ସଂଘର୍ଷ ଘଟଣାକୁ ନେଇ ୧୬୩ ଧାରା ଲାଗୁ । ଭଦ୍ରକ ଉପ ଜିଲ୍ଲାପାଳ ମନୋଜ ପାତ୍ରଙ୍କ ନିର୍ଦ୍ଦେଶରେ BNSSର ୧୬୩ ଲାଗୁ ହୋଇଛି । ଆସନ୍ତା ୨୧ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟରେ ଗୋଡ଼ିପୋଖରୀ ଅଞ୍ଚଳରେ ଏକତ୍ରିତ ନହେବାକୁ ନିର୍ଦ୍ଦେଶ ଦିଆଯାଇଛି । ୧ କି.ମି. ପରିସର ମଧ୍ୟରେ ଏକତ୍ରିତ ଓ ଶୋଭାଯାତ୍ରାରେ ମଧ୍ୟ କଟକଣା ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଗୋଡ଼ିପୋଖରୀ ବଜାରରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଗଣ୍ଡଗୋଳରେ ଗୋଟିଏ ଗୋଷ୍ଠୀର ୪ ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

You Can Read:

ଦନ୍ତାକୁ ମାରି ଦାନ୍ତ ଲୁଟିଲେ, ଫରେଷ୍ଟଗାର୍ଡଙ୍କ ନିର୍ଦ୍ଦେଶରେ ହାଣି ଫିଙ୍ଗିଦେଲେ : କୋର୍ଟଚାଲାଣ ବେଳେ ଅଟକାଇଲେ ସମ୍ପର୍କୀୟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.