ଭୁବନେଶ୍ବର: ରାଜଧାନୀରେ ତଥାକଥିତ କୁନିବାବାଙ୍କୁ ନେଇ ତୁମ୍ବିତୋଫାନ ଆରମ୍ଭ ହୋଇଯାଇଛି। କୁନି ବାବା କିଏ ? କ’ଣ ତାଙ୍କର ଅସ୍ତିତ୍ବ ? କାହିଁକି ସେ ନିଜକୁ ଭଗବାନ ବୋଲି କହୁଥିଲେ ? ଏହାକୁ ନେଇ ପ୍ରଶ୍ନ ଉଠିଛି। ଗଣମାଧ୍ୟମରେ ମଧ୍ୟ ଏପ୍ରଙ୍ଗ ଖୁବ୍ ଚର୍ଚ୍ଚିତ ବିଷୟ ପାଲଟିଛି।
ଏମିତିରେ ପୋଲିସ ମଧ୍ୟ ଏକ ମାମଲା ରୁଜୁ କରି ଆରମ୍ଭ କରିଛି ତଦନ୍ତ।୨ଟି ଦିଗ ନେଇ ତଦନ୍ତ ଆରମ୍ଭ କରୁଛି ଭରତପୁର ଥାନା ପୋଲିସ । ଗୋଟିଏ ଧର୍ମୀୟ ଭାବନାକୁ କୁଠାରଘାତ ଓ ଠକେଇ ଘଟଣାର ତଦନ୍ତ । କେବେଠାରୁ ଆଶ୍ରମ ଚାଲିଛି ଓ କେଉଁମାନେ ଆସନ୍ତି ତାହାର ଯାଞ୍ଚ ଚାଲିଛି। ଘଟଣା ସତ କି’ ମିଛ ତାହା ଯାଞ୍ଚ କରିବା ସହ ୨ଟି ପ୍ରସଙ୍ଗରେ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ହେବା ନେଇ ମଧ୍ୟ କୁହାଯାଇଛି। ଖାଲି ସେତିକି ନୁହେଁ ଚାଇଲଡ ଲାଇନ ୱେଲଫେୟାର ଜରିଆରେ ତଦନ୍ତ ହେବ।
ହେଲେ ଏହାରି ମଧ୍ୟରେ କାର୍ ଡିକିରେ ବସି ଖସିଗଲେ କୁନି ବାବା। ପୋଲିସ ଗିରଫ ଭୟରେ ଖଣ୍ଡଗିରି ବରବାରିରେ ଥିବା ଆଶ୍ରମରୁ କୁନିବାବା ଓ ତାଙ୍କ ପରିବାର ଚମ୍ପଟ ମାରିଛନ୍ତି । ଯାହାପରେ ଏବେ ପ୍ରଶ୍ନ ଉଠିଛି କୁନି ବାବା ଆଶ୍ରମରୁ ଖସିଯିବାରେ ପୋଲିସର ହାତ ନାହିଁ ତ ? କାରଣ ଶନିବାର ସକାଳେ ବାବାଙ୍କୁ ଖୋଜିବାକୁ ଭରତପୁର ପୋଲିସ ଆଶ୍ରମ ଭିତରକୁ ଯାଇ ଖାଲି ହାତରେ ଫେରିଥିଲା । ହେଲେ ଏହାର ୪ ଘଣ୍ଟା ପରେ ଅର୍ଥାତ ଦିନ ୨ ଟା ବେଳେ ଏକ ଇନୋଭା କାର ଡିକିରେ ବସି ଏହି କୁନି ବାବା ପଳାଇଥିଲେ। ଯାହା ପୁଣି ଚର୍ଚ୍ଚାକୁ ବଢ଼ାଇଛି।
ସୂଚନାଥାଉକି, ପାଦରେ ତୁଳସୀ ଓ ଗୀତା ରଖି ପୂଜା ପାଉଥିବା କୁନିବାବାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ।