ସେୟାର ବଜାରରେ ପୁଣି ହ୍ରାସ, ସପ୍ତାହର ପ୍ରଥମ ଦିନରେ ୭୦୦ ପଏଣ୍ଟ ତଳକୁ ଖସିଲା ସେନସେକ୍ସ

Published By : Prameya-News7 Bureau | January 27, 2025 IST

ମୁମ୍ବାଇ ୨୭।୧: ସେୟାର ମାର୍କେଟରେ ହ୍ରାସ ଏବେବି ଜାରି ରହିଛି। ସେନସେକ୍ସ ୭୫୩ ପଏଣ୍ଟ ଖଶି ୭୫୪୩୫କୁ ଚାଲି ଆସିଛି। କେବେଳ ସେନସେକ୍ସ ନୁହେଁ ସେପଟେ ନିଫ୍ଟି ମଧ୍ୟ ୨୩୭ ପଏଣ୍ଟ ତଳକୁ ଖସି ୨୨୮୫୫ରେ ପହଞ୍ଚିଛି। ଫେବୃଆରୀ ୧ ତାରିଖରେ ଦେଶର ବଜେଟ ଉପସ୍ଥାନ ହେବା ପୂର୍ବରୁ ସେୟାର ମାର୍କେଟର ଚାଲ୍ ବିଗିଡି ଯାଇଛି। ପୂର୍ବାହ୍ନରେ ସେୟାର ମାର୍କେଟ ହ୍ରାସରେ ଖୋଲିଥିଲା। ନିଫ୍ଟି ପୂର୍ବାହ୍ନ ୯ଟା ୪୫ ମିନିଟରେ ଖୋଲିବା ବେଳେ ୨୨୯୪୦ରେ ଥିଲା। ଦେଖୁ ଦେଖୁ ୧୦୧ ପଏଣ୍ଟ ତଳକୁ ଖସିଥିଲା। 

ସେହିପରି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ)ଙ୍କ ୩୦ ସେୟାରର ସେନସେକ୍ସ ୪୯୦ ପଏଣ୍ଟ କ୍ଷତି ସହିତ ୭୫୭୦୦ରେ ଖୋଲିଥିଲା। ଦୁର୍ବଳ ଗ୍ଲୋବାଲ ସଂକେତ ଯୋଗୁ ସେୟାର ମାର୍କେଟ ସୋମବାର ହ୍ରାସ ସହିତ ଖୋଲିଥିଲା। ତେବେ ଏହା ପୂର୍ବରୁ ଶୁକ୍ରବାର ଦୁଇଦିନର ରିକୋଭରି ରାଲି ପରେ ଲାଭ ଅସୁଲି ଯୋଗୁ ଭାରତୀୟ ସେୟାର ବଜାର ହ୍ରାସରେ ବନ୍ଦ ହୋଇଥିଲା। ଯାହାର ପ୍ରଭାବ ସୋମବାର ପୂର୍ବାହ୍ନରେ ବଜାର ଖୋଲିବା ବେଳେ ଦେଖାଯାଇଛି। 

ଶୁକ୍ରବାର ସେନସେକ୍ସ ୩୨୯.୯୨ ପଏଣ୍ଟ ଅର୍ଥାତ ୦.୪୩ ପ୍ରତିଶତ ହ୍ରାସ ସହିତ ୭୬,୧୯୦.୪୬ରେ ବନ୍ଦ ହୋଇଥିଲା। ଏହି ସମୟରେ ୫୦ ସେୟାରର ନିଫ୍ଟି ୧୧୩.୧୫ ପଏଣ୍ଟ ଅର୍ଥାତ ୦.୪୯ରୁ ତଳକୁ ଓହ୍ଲାଇ ୨୩,୦୯୨.୨୦ରେ ବନ୍ଦ ହୋଇଥିଲା। ଚୀନର ପ୍ରମୁଖ ଆର୍ଥିକ ପରିସଂଖ୍ୟାନ ଆଗରେ ଏସିୟା ବଜାରରେ ହ୍ରାସର ସହ କାରବାର ହୋଇଥିଲା। ତେବେ ଜାପାନର ନିକ୍କେଇ ୨୨୫ ରେ ୦.୦୩ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ଟପିକ୍ସ ୦.୬୨ ପ୍ରତିଶତ ବଢିଥିଲା। ସେହିପରି ହଂକଂର ହେଙ୍ଗସେଙ୍ଗ ଇଣ୍ଡେକ୍ସ ଫ୍ୟୁଚର୍ସର ଆରମ୍ଭ ଭଲରେ ହୋଇଥିଲା। ତେବେ ତାଇୱାନ ଓ ଦକ୍ଷିଣ କୋରିଆ ବଜାର ଛୁଟି ଯୋଗୁ ବନ୍ଦ ଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.