ଇନକମ ଟ୍ୟାକ୍ସକୁ ନେଇ ବଜେଟ୍‌ରେ କ'ଣ ଚାହାନ୍ତି ଜନତା ? ଅର୍ଥମନ୍ତ୍ରୀଙ୍କଠାରେ କଲେ ଏହି ଦାବି

Published By : Prameya-News7 Bureau | January 28, 2025 IST

ନୂଆଦିଲ୍ଲୀ: ଚଳିତ ବର୍ଷ ସାଧାରଣ ବଜେଟ୍‌ରୁ ଜନତା ଇନକମ ଟ୍ୟାକ୍ସରୁ ଆଶ୍ଵସ୍ତି ମିଳିବା ନେଇ ବଡ଼ ଆଶା ବାନ୍ଧି ବସିଛନ୍ତି। ବଜେଟ୍ ୨୦୨୫-୨୬ ପୂର୍ବରୁ କରାଯାଇଥିବା ସର୍ଭେର ପରିଣାମ ଅନୁସାରେ କରଦାତା ନିଜର ଡିସ୍ପୋଜେବଲ ଇନକମ ବଢାଇବା ପାଇଁ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କଠୁ ପର୍ସନାଲ ଇନକମ ଟ୍ୟାକ୍ସ ଦର ହ୍ରାସ କରିବାକୁ ଦାବି କରିଛନ୍ତି।

ଅର୍ଥମନ୍ତ୍ରୀ ଫେବୃଆରୀ ୧ରେ ସଂସଦରେ ବଜେଟ୍  ଉପସ୍ଥାପନ କରିବେ। ଏହା ପୂର୍ବରୁ ଗ୍ରାଣ୍ଟ ଥର୍ଣ୍ଣଟନ ଭାରତ ପକ୍ଷରୁ କରାଯାଇଥିବା ସର୍ଭେ ମୁତାବକ ୫୭  ପ୍ରତିଶତ ଲୋକ ଟ୍ୟାକ୍ସ ଦର କମ କରିବାକୁ ଦାବି କରିଥିବା ବେଳେ ୨୫ ପ୍ରତିଶତ ଲୋକ ଆୟକର କୋହଳ ସୀମା ବଢାଇବା ପକ୍ଷରେ ଅଛନ୍ତି। ସର୍ଭେରେ ଏକ ଚକିତ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି। ଏଥିରେ କୁହାଯାଇଛି ଯେ, ଏବେ କରଦାତାମାନେ ନୂଆ ଟ୍ୟାକ୍ସ ପ୍ରଣାଳୀ ପ୍ରତି ଢଳୁଛନ୍ତି। ସଂପ୍ରତି ୭୨ ପ୍ରତିଶତ କରଦାତା ନୂଆ ଏବଂ ସରଳ ଟ୍ୟାକ୍ସ ପ୍ରଣାଳୀକୁ ପସନ୍ଦ କରୁଥିବା ବେଳେ ମାତ୍ର ୨୮ ପ୍ରତିଶତ ପୁରୁଣା ଟ୍ୟାକ୍ସ ସିଷ୍ଟମ ପ୍ରତି ଅଧିକ ଭରସା କରୁଛନ୍ତି।

Also read: ଇନଫୋସିସର କୋ- ଫାଉଣ୍ଡର ଗୋପାଳକ୍ରିଷ୍ଣନଙ୍କ ପାଇଁ ବଢ଼ିପାରେ ଅଡ଼ୁଆ, ଏସସି- ଏସଟି ଆକ୍ଟରେ ହୋଇଛି ମାମଲା ରୁଜୁ

ଏହା ସତ୍ତ୍ଵେ ନୂଆ ଟ୍ୟାକ୍ସ ସିଷ୍ଟମକୁ ଅଧିକ ଆକର୍ଷକ କରିବା ପାଇଁ ୪୬ ପ୍ରତିଶତ ଲୋକ ଟ୍ୟାକ୍ସ ହାର କମ କରିବାକୁ ଦାବି କରିଛନ୍ତି। ଅନ୍ୟପଟେ ୨୬ ପ୍ରତିଶତ କୋହଳ ସୀମା ବଢାଇବାକୁ ସୁପାରିଶ କରିଛନ୍ତି। ସରକାରଙ୍କ ଯୋଜନା ପୁରୁଣା ଟ୍ୟାକ୍ସ ସିଷ୍ଟମକୁ ଧିରେ ଧିରେ ସମାପ୍ତ କରାଯାଉ। 

ଡିଜିଟାଲ୍ ଯୁଗରେ କରଦାତା ଟ୍ୟାକ୍ସ ଫାଇଲିଂକୁ ଅଧିକ ସରଳ କରିବାକୁ ଦାବି କରିଚନ୍ତି। ସର୍ଭେରୁ ଏହା ମଧ୍ୟ ଜଣା ପଡିଛି ଯେ, ୩୮ ପ୍ରତିଶତ ଲୋକ ବିଦେଶୀ ବ୍ୟାଙ୍କରୁ ଟ୍ୟାକ୍ସ ପେମେଣ୍ଟର ସୁବିଧା ଚାହାନ୍ତି। ମୋଟାମୋଟି ଭାବେ କରଦାତା ଟ୍ୟାକ୍ସ ରେଟ୍ ହ୍ରାସ କରିବା ସପକ୍ଷରେ ଅଛନ୍ତି। 

  • Union Budget
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.