ଭୁବନେଶ୍ଵର: ଯେତିକି ଲକ୍ଷ୍ୟ ଥିଲା ତା’ର ଦୁଇ ଗୁଣା ପୁଞ୍ଜି ନିବେଶ ପାଇଁ ମିଳିଛି ପ୍ରତିଶ୍ରୁତି । ଉତ୍କର୍ଷ ଓଡ଼ିଶା ସମ୍ମିଳନୀର ଦୁଇ ଦିନରେ ୧୪୫ MOU ସ୍ବାକ୍ଷର କରିଛନ୍ତି ରାଜ୍ୟ ସରକାର । ଯେଉଁଥିରେ ୧୩ ଲକ୍ଷ କୋଟିର ପୁଞ୍ଜି ନିବେଶ ପାଇଁ ମିଳିଛି ପ୍ରତିଶ୍ରୁତି । ଏଥି ମଧ୍ୟରୁ ମେଟାଲ ଓ ଷ୍ଟିଲ କ୍ଷେତ୍ରରେ ସବୁଠୁ ଅଧିକ ପୁଞ୍ଜି ନିବେଶ ପାଇଁ ପ୍ରତିଶ୍ରୁତି ମିଳିଛି । ଏହା ତଳକୁ ରହିଛି କେମିକାଲ ଓ ପେଟ୍ରୋକେମିକାଲ, ସୌର ଶକ୍ତି, ପବନ ଶକ୍ତି ବା ଅକ୍ଷୟ ଶକ୍ତି ସହ ଜଡ଼ିତ ବିଭିନ୍ନ ପ୍ରକଳ୍ପ । ସେହିଭଳି ନୂଆ ସେକ୍ଟର ଭାବେ ଫାର୍ମା କ୍ଷେତ୍ରରେ ବି ପୁଞ୍ଜି ନିବେଶ ପାଇଁ ଆଗ୍ରହ ଦେଖାଇଛନ୍ତି ବିଭିନ୍ନ କମ୍ପାନୀ । ତେବେ ଏଥିରେ ଏମିତି ଟପ୍ ୧୫ କମ୍ପାନି ରହିଛନ୍ତି, ଯେଉଁମାନେ ଓଡ଼ିଶାରେ ବଡ଼ ନିବେଶ କରିବା ପାଇଁ ସରକାରଙ୍କ ସହ ଏମଓୟୁ କରିଛନ୍ତି।
ନିବେଶ ପାଇଁ MOU କରିଥିବା ଟପ୍-୧୫ କମ୍ପାନୀ
ଆଦାନୀ ଗ୍ରୁପ – ୨ ଲକ୍ଷ ୨୮ ହଜାର କୋଟି
ବେଦାନ୍ତ – ୧ ଲକ୍ଷ କୋଟି
ଟାଟା ଗ୍ରୁପ୍ – ୮୭ ହଜାର ୯୪୪କୋଟି
ମହାନଦୀ କୋଲଫିଲଡସ - ୮୧ ହଜାର ୯୪୪କୋଟି
JSW ଗ୍ରୁପ - ୭୫ହଜାର କୋଟି
NLC- ୫୨ହଜାର କୋଟି
ସେଲ୍ – ୫୦ ହଜାର ୮୦୦କୋଟି
NTPC ଲିମିଟେଡ- ୩୬ହଜାର ୧୩୧କୋଟି
ନାଲକୋ – ୩୫ହଜାର କୋଟି
JSPL- ୨୫ ହଜାର ୫୭୦କୋଟି
ଆଦିତ୍ୟ ବିର୍ଲା ଗ୍ରୁପ- ୧୯ହଜାର ୧୭କୋଟି
JSL - ୧୫ହଜାର କୋଟି
ONGC ତ୍ରିପୁରା - ୧୪ହଜାର ୫୦୦କୋଟି
ପାରାଦୀପ ପୋର୍ଟ ଅଥରିଟି – ୧୩ହଜାର ୬୪୫କୋଟି ଟଙ୍କା
NHPC ଲିମିଟେଡ -୧୩ହଜାର ୪୮୭କୋଟି