ନୂଆଦିଲ୍ଲୀ: ଆଗକୁ ଆସୁଛି ଅନେକ ମହାମାରୀ। ଆସନ୍ତା ୫୦ ବର୍ଷ ଭିତରେ ଅନେକ ମହାମାମରୀ ଶିକାର ହେବ ଭାରତ। ଏଥିପାଇଁ ଚେତାଇଲେଣି ବୈଜ୍ଞାନିକ। ଆସନ୍ତା ୫୦ ବର୍ଷ ଭିତରେ ସ୍ତନ୍ୟପାୟୀ ପ୍ରାଣୀଙ୍କ ମଧ୍ୟରେ ସଂକ୍ରମିତ ହେଉଥିବା ଭାଇରସ ଦେଖିବାକୁ ମିଳିବ। ପାଖାପାଖି ପ୍ରାୟ ୧୫ ହଜାର ଭାଇରସ ଦେଖିବାକୁ ମିଳିବ।
ଏହି ଭାଇରସ ସ୍ତନ୍ୟପାୟୀ ପ୍ରାଣୀଙ୍କ ମଧ୍ୟରେ ସଂକ୍ରମିତ ହେବ। ପାଣିପାଗ ପରିବର୍ତ୍ତନ ଏହି ସଂକ୍ରମଣର ମୁଖ୍ୟ କାରଣ ହେବ। ବିଜ୍ଞାନ ପତ୍ରିକା ନେଚରରେ ଏନେଇ ଏକ ଗବେଷଣା ରିପୋର୍ଟ ପ୍ରକାଶ ପାଇଛି। ଗ୍ଲୋବାଲ ୱାର୍ମିଂ ଯୋଗୁ ବନ୍ୟପ୍ରାଣୀଙ୍କର ବାସସ୍ଥାନରେ ପରିବର୍ତ୍ତନ ହେବ। ତାଙ୍କ ଠାରେ ଜୀବାଣୁ ପ୍ରବାହର କ୍ଷମତା ଥିବାରୁ ତାହା ଅନ୍ୟମାନଙ୍କ ଠାରେ ସଂକ୍ରମିତ ହେବ ବୋଲି ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି।
ଗବେଷଣାରେ କରୋନା ଭାଇରସକୁ ନେଇ ମଧ୍ୟ କୁହାଯାଇଛି। ସମ୍ଭବତଃ କରୋନା ଭାଇରସ ପୂର୍ବରୁ ବନ୍ୟପ୍ରାଣୀ ଠାରୁ ମଣିଷ ଶରୀରରେ ପ୍ରବେଶ କରିଛି। ହେଲେ ସେତେବେଳେ ଏହାକୁ ଚିହ୍ନଟ କରାଯାଇପାରି ନଥିଲା ବୋଲି ରିପୋର୍ଟରେ କୁହାଯାଇଛି।
ତେବେ ପ୍ରଜାତିଗୁଡ଼ିକ ମଧ୍ୟରେ ସଂକ୍ରମଣ ଆହୁରି ବଢ଼ିବ। ଏହା ଉଭୟ ମଣିଷ ଓ ଜୀବଯନ୍ତୁଙ୍କ ପାଇଁ ବିପଦ ହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି।
ଏନେଇ ରିପୋର୍ଟରେ କୁହାଯାଇଛି " ପାଣିପାଗ ପରିବର୍ତ୍ତନ ଆଗକୁ ଜୋନୋଟିକ୍( ଜୀବାଣୁ ଦ୍ୱାରା ସ୍ତନ୍ୟପାୟୀ ପ୍ରାଣୀଙ୍କୁ ରୋଗ ବ୍ୟାପିବା) ବିପଦକୁ ବଢ଼ାଇପାରେ। ହେଲେ ବର୍ତ୍ତମାନ ଜୋନୋଟିକ୍ ବିପଦ ସ୍ଥିତି ପଛରେ ରହିଛି।"
ଗବେଷଣାରେ ଭାଗ ନେଇଥିବା ବୈଜ୍ଞାନିକ କୋଲିନ କାର୍ଲସନଙ୍କ ଅନୁସାରେ, ପାଣିପାଗ ପରିବର୍ତ୍ତନ ହିଁ ଆଗକୁ ରୋଗ ବାହକର ମୁଖ୍ୟ ଆଧାର ସାଜିବ। ଏକଥା ଆମକୁ ସ୍ୱୀକାର କରିବାକୁ ପଡ଼ିବ। ଏଥିପାଇଁ ଆଗୁଆ ସତର୍କ ହୋଇ ସ୍ୱାସ୍ଥ୍ୟଭିତ୍ତିଭୂମି ପ୍ରସ୍ତୁତ କରି ରଖିବା ଦରକାର ବୋଲି କାର୍ଲସନ କହିଛନ୍ତି।
ଜାଣନ୍ତୁ ପାଣିପାଗ ପରିବର୍ତ୍ତନ କିପରି ଜୋନୋଟିକ ଟ୍ରାନ୍ସମିସନ ବିପଦ ଆଣିଦେବ।
wp:paragraph {"align":"left"}୧. ତାପମାତ୍ରା ବୃଦ୍ଧି ହେବା ପରେ ଅସହ୍ୟ ଗରମକୁ ସହି ନପାରି ଅନେକ ସ୍ତନ୍ୟପାୟୀ ପ୍ରାଣୀ ନିଜ ନିଜ ସ୍ଥାନ ଛାଡ଼ି ଥଣ୍ଡା ସ୍ଥାନକୁ ଯିବେ। ଏହି ସମୟରେ ସେମାନେ ଅନେକ ନୂଆ ପ୍ରଜାତିର ପ୍ରାଣୀଙ୍କ ସଂସ୍ପର୍ଶରେ ଆସିବେ। ଫଳରେ ସେମାନଙ୍କ ମଧ୍ୟରେ ଭୂତାଣୁର ସଂକ୍ରମଣ ହେବ।
wp:paragraph {"align":"left"}୨. ପ୍ରଜାତି-ପ୍ରଜାତି ମଧ୍ୟରେ ଭୂତାଣି ସଂକ୍ରମଣ ବଢ଼ିବା ପରେ ଏହା କରୋନା ଭଳି ଉଭୟ ବନ୍ୟପ୍ରାଣୀ ଓ ମଣିଷ ପାଇଁ ବିପଦ ସୃଷ୍ଟି କରିବ।
wp:paragraph {"align":"left"}୩. ପ୍ରଜାତୀମାନଙ୍କ ପାଇଁ ଉପଯୁକ୍ତ ଇକୋସିଷ୍ଟମ ଥିବା ଅଞ୍ଚଳ ବିଶେଷ କରି ଏସିଆ ଓ ଆଫ୍ରିକା ଏବଂ ଭାରତ ଓ ଇଣ୍ଡୋନେସିଆ ଭଳି ଜନବହୁଳ ଦେଶ ସଂକ୍ରମଣ ହଟ୍ସ୍ପଟ ପାଲଟିବ।
wp:paragraph {"align":"left"}୪. ଏହି ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଏବଂ ଏହା ଆଗକୁ ମଧ୍ୟ ଜାରି ରହିବ ଯଦି ମଣିଷ ଅଙ୍ଗାରକାମ୍ଳ ନିର୍ଗମନକୁ ନିୟନ୍ତ୍ରଣ
wp:paragraph {"align":"left"}୫. ବାଦୁଡ଼ିକୁ ଭୂତାଣୁ ବାହକ ବୋଲି କୁହାଯାଏ। ଯଦି ପାଣିପାଗରେ ପରିବର୍ତ୍ତନ ଏଭଳି ଜାରି ରହେ ତେବେ ବାଦୁଡ଼ି ଦ୍ୱାରା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାର ଆଶଙ୍କା ରହିଛି।
{"width":837,"height":405}