ଦୁର୍ବଳ ହୋଇ ଭୀଷଣ ବାତ୍ୟା ‘ଦାନା’ ଅବପାତରେ ପରିଣତ ହୋଇଛି, କମିବାରେ ଲାଗିଛି ପବନର ବେଗ : IMD ଡ଼ିଜି

Published By : Prameya-News7 Bureau | October 25, 2024 IST

ନୂଆଦିଲ୍ଲୀ ୨୫।୧୦: ଦୁର୍ବଳ ହୋଇଛି ଭୀଷଣ ବାତ୍ୟା ‘ଦାନା’ । ଶୁକ୍ରବାର ଅପରାହ୍ନରେ ଏହା ଗଭୀର ଅବପାତରେ ପରିଣତ ହୋଇଛି ବୋଲି ଆଇଏମ୍‌ଡି ଡ଼ିଜି ମୃତ୍ୟୁଞ୍ଜୟ ମହାପାତ୍ର । ଆଇଏମ୍‌ଡି ଡ଼ିଜି କହିଛନ୍ତି, ଦୁର୍ବଳ ହୋଇ ଘଣ୍ଟାକୁ ୭ କି.ମି. ବେଗରେ ଉତ୍ତର ପଶ୍ଚିମ ଆଡ଼େ ଗତି କରୁଛି । ଧୀରେ ଧୀରେ ଏହାର ପ୍ରଭାବ କମିବାରେ ଲାଗିଛି । ଆଗାମୀ ୧୨ ଘଣ୍ଟାରେ ଏହାର ପ୍ରଭାବ ସମ୍ପୂର୍ଣ୍ଣ କମିଯିବ । ସ୍ଥଳଭାଗରେ ପବନର ବେଗ ୫୫ରୁ ୭୫ କି.ମି. ରହିଛି । ପବନର ବେଗ ମଧ୍ୟ କମିବାରେ ଲାଗିଛି । ଶୁକ୍ରବାର ରାତି ବେଳକୁ ପବନର ବେଗ ଆହୁରି କମିଯିବ ।

ତେବେ ବାତ୍ୟା ଏବଂ ଅନ୍ୟାନ୍ୟ ପାଣିପାଗ ଜନିତ ପୂର୍ବାନୁମାନକୁ ଆହୁରି ସଠିକ୍ କରିବା ପାଇଁ ଖୁବ୍‌ଶୀଘ୍ର ଓଡ଼ିଶାରେ ୩ଟି ନୂଆ ରାଡାର ଲଗାଯିବ । ସମ୍ବଲପୁର, ଭୁବନେଶ୍ୱର, ବାଲେଶ୍ୱରରେ ଏହି ରାଡ଼ାର ଲଗାଯିବ । ସମ୍ବଲପୁର ଏବଂ ବାଲେଶ୍ଵରରେ ବଡ଼ ରାଡାର ଲଗାଯିବ । ବର୍ତ୍ତମାନ ୨ଟି ରାଡାର ସିଷ୍ଟମ ପାରାଦ୍ଵୀପ ଏବଂ ଗୋପାଳପୁରରେ ରହିଛି । ୫ଟି ରାଡାର ଲାଗିଲେ ପାଣିପାଗର ପୂର୍ବାନୁମାନ ଆହୁରି ସଠିକ୍ ରହିବ ବୋଲି ଆଇଏମ୍‌ଡି ଡିଜି ସୂଚନା ଦେଇଛନ୍ତି ।

You Can Read:

ଶିମିଳିପାଳ ଉପରମୁଣ୍ଡରେ ବର୍ଷା, ଉଛୁଳିଲା ବାଲିଡ଼ିହା ବନ୍ଧ 

 

  • IMD
  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.