ବୁଝାମଣାରେ ରଦ୍ଦ ହୋଇପାରିବନି ଯୌନ ଉତ୍ପୀଡ଼ନ ମାମଲା, ହାଇକୋର୍ଟଙ୍କ ରାୟ ବଦଳାଇଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | November 07, 2024 IST

ନୂଆଦିଲ୍ଲୀ: ଯୌନ ଉତ୍ପୀଡ଼ନ ମାମଲାରେ ସୁପ୍ରିମକୋର୍ଟ ବଡ଼ ଟିପ୍ପଣୀ କରିଛନ୍ତି । ଗୁରୁବାର କୋର୍ଟ କହିଛନ୍ତି ଯେ ଅଭିଯୁକ୍ତ ଏବଂ ପୀଡ଼ିତାଙ୍କ ମଧ୍ୟରେ କେବଳ ବୁଝାମଣା ଆଧାରରେ କେସକୁ ରଦ୍ଦ କରାଯାଇପାରିବ ନାହିଁ । ଏହାସହ ସର୍ବୋଚ୍ଚ ଅଦାଲତ ରାଜସ୍ଥାନ ହାଇକୋର୍ଟଙ୍କ ରାୟ ବଦଳାଇଛନ୍ତି, ଯେଉଁଥିରେ ହାଇକୋର୍ଟ କେସ୍ ରଦ୍ଦ କରିବା ପାଇଁ ସିଆରପିସିର ଧାରା ୪୮୨ ଅଧିନରେ ନିଜ ଶକ୍ତି ବ୍ୟବହାର କରିଥିଲେ ।

ସୂଚନା ଅନୁସାରେ ରାଜସ୍ଥାନ ହାଇକୋର୍ଟ ନାବାଳିକା ଛାତ୍ରୀଙ୍କ ଯୌନ ଉତ୍ପୀଡ଼ନର ଦୋଷୀ ଶିକ୍ଷକ ବିମଲ କୁମାର ଗୁପ୍ତାଙ୍କୁ ଆଶ୍ୱସ୍ତି ଦେଇଥିଲେ । ଖବର ଅନୁସାରେ ଉଭୟ ପକ୍ଷଙ୍କ ମଧ୍ୟରେ ବୁଝାମଣା ହୋଇଥିଲା, ଯାହାକୁ ପ୍ରଥମେ ନିମ୍ନ ଅଦାଲତ ମନା କରିଦେଇଥିଲେ, କିନ୍ତୁ ହାଇକୋର୍ଟ ଏହାକୁ ସ୍ୱିକାର କରିଥିଲେ । ଏହାପରେ ସାମାଜିକ କର୍ମୀ ରାମଜୀ ଲାଲ ବୈରଭା ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।

୨୦୨୨ରେ ନାବାଳିକା ସ୍କୁଲ ଶିକ୍ଷକଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରିଥିଲେ । ଏହାପରେ ମାମଲା ରୁଜୁ ହୋଇଥିଲା । ତଦନ୍ତ ବେଳେ ନାବାଳିକାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା । ଏହାପରେ ବିମଲ କୁମାର ନାବାଳିକଙ୍କ ପରିବାରର ବୟାନ ଏକ ଷ୍ଟାମ୍ପ ପେପରେ ହାସଲ କରିଥିଲେ । ଏଥିରେ ଭୁଲ ବୁଝାମଣାରେ ପୋଲିସରେ ଅଭିଯୋଗ କରାଯାଇଥିଲା ଏବଂ ଶିକ୍ଷକଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନନେବା ପାଇଁ କୁହାଯାଇଥିଲା ।

ଏବେ ମାମଲାର ଶୁଣାଣି କରି ଜଷ୍ଟିସ୍ ସିଟି ରବିକୁମାର ଏବଂ ଜଷ୍ଟିସ୍ ପିଭି ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ହାଇକୋର୍ଟଙ୍କ ଆଦେଶକୁ ବଦଳାଇଛନ୍ତି । ଏହାସହ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ମୋକଦ୍ଦମା ଚଲାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.