ନୂଆଦିଲ୍ଲୀ: ପ୍ରୟାଗରାଜରେ ମହାକୁମ୍ଭକୁ ନେଇ ହେବାକୁ ଥିବା ବୈଠକରେ ଦୁଇ ସାଧୁ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ। ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳା ଆରମ୍ଭ ହେବା ପୂର୍ବରୁ ଏହି ଘଟଣା ଘଟିଛି। କୁମ୍ଭ ମେଳାର ଭୂମି ପରିଦର୍ଶନ କରିବା ପାଇଁ ସମସ୍ତ ଆଖଡାର ସନ୍ଥ-ମହାତ୍ମାଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସାଧୁମାନଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା ଏବଂ ପରେ ଏହାକୁ ନେଇ ମୁହାଁମୁହିଁ ସ୍ଥିତି ଉପୁଜିଥିଲା।
କୁମ୍ବମେଳା ଆଖଡାର ବୈଠକରେ ଦୁଇ ଦଳର ସାଧୁମାନେ ପରସ୍ପରକୁ ବିଧା ଚାପୁଡ଼ା ମାରିଥିଲେ। ପ୍ରକାଶଥାଉକି- ଆଖଡା ପରିଷଦ ଦୁଇଟି ଦଳରେ ବିଭକ୍ତ। ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ଏବଂ ସେଠାରେ ପ୍ରବଳ ମାରପିଟ୍ ହୋଇଥିଲେ। ତେବେ ଘଟଣାସ୍ଥଳରେ ଉପସ୍ଥିତ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ଏଥିରେ ହସ୍ତକ୍ଷେପ କରି ବୁଝାସୁଝା କରିଥିଲେ।
ଏହି ସଭା ପ୍ରୟାଗ ମେଳାପ୍ରାଧିକରଣର କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ। କର୍ତ୍ତୃପକ୍ଷ ଏହି ସଭା ପାଇଁ ଆଖରା ପରିଷଦର ଉଭୟ ଦଳକୁ ଡାକିଥିଲେ। ଏହି ତେବେ ଜମି ଆବଣ୍ଟନକୁ ନେଇ ଏହି ବିବାଦର ଅନ୍ତ ଘଟାଇବାକୁ ଚେଷ୍ଟା କରାଯାଉଛି। ପୂର୍ବତନ ଅଧ୍ୟକ୍ଷ ନରେନ୍ଦ୍ର ଗୁରୁଙ୍କ ମୃତ୍ୟୁ ପରଠାରୁ ଆଖଡା ପରିଷଦ ଦୁଇଟି ଦଳରେ ଭାଗ ହୋଇଥିଲା। ସେବେଠାରୁ ଆଖଡା ପରିଷଦର ଅଧ୍ୟକ୍ଷ ପଦକୁ ନେଇ ସାଧୁମାନଙ୍କ ଦୁଇ ଦଳ ମଧ୍ୟରେ ଦୀର୍ଘ ଦିନ ଧରି ତିକ୍ତତା ଲାଗି ରହିଥିଲା।