ବୃହସ୍ପତି ମୀନ ରାଶିରେ ମିଶିବେ ଶନି-ରାହୁ, ୨୯ ମାର୍ଚ୍ଚରୁ ଏହି ୩ ରାଶି ପାଇଁ ସୁବର୍ଣ୍ଣ ସୁଯୋଗ

Published By : Prameya-News7 Bureau | February 21, 2025 IST

ନୂଆଦିଲ୍ଲୀ ୨୧/୨: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଏକ ନିର୍ଦ୍ଧିଷ୍ଟ ସମୟରେ ଗୋଟିଏ ରାଶିରୁ ଆଉ ଗୋଟିଏ ରାଶିକୁ ପ୍ରବେଶ କରନ୍ତି । ଏମିତିରେ ଶନିଙ୍କ ମିତ୍ର ଗ୍ରହ ସହ ଯୋଗ ତିଆରି ହୁଏ । ୨୯ ମାର୍ଚ୍ଚ ୨୦୨୫ରେ ଶନି, କୁମ୍ଭ ରାଶିରୁ ବାହାରି ବୃହସ୍ପତିଙ୍କ ମୀନ ରାଶିରେ ପ୍ରବେଶ କରିବେ । ମୀନ ରାଶିରେ ରାହୁ ପ୍ରଥମରୁ ଅଛନ୍ତି । ଫଳରେ ଏମିତି ଭାବରେ ମୀନ ରାଶିରେ ଶନି ଓ ରାହୁର ଯୋଗ ତିଆରି ହେବ । ଏହା ଅନେକ ରାଶି ପାଇଁ ଲାଭଦାୟକ ହେବ । ଶନି-ରାହୁର ପ୍ରଭାବରେ ଏହି ରାଶି ମାନଙ୍କରେ ଚାକିରି ସହ ବେପାରରେ ଲାଭ ମିଳିବ । ଭଲ ସମୟ ଆରମ୍ଭ ହେବ । ଜାଣନ୍ତୁ ଶନି-ରାହୁ ସଂଯୋଗର ପ୍ରଭାବ....

୧ମିଥୁନ ରାଶି- ଏହି ରାଶିଧାରୀ ଲୋକଙ୍କର ଚାକିରି ସ୍ଥିତି ଭଲ ରହିବ । କାର୍ଯ୍ୟକ୍ଷେତ୍ରରେ ନୂଆ ଭୂମିକା ବା ଦାୟିତ୍ବ ମିଳିପାରେ । ଇନକମ ସୋର୍ସ ବଢିବ । ପୁରୁଣା ସୋର୍ସରୁ ମଧ୍ୟ ଆର୍ଥିକ ଲାଭ ମିଳିବ । ବେପାରରେ ନୂଆ ପାର୍ଟନରସିପ୍‌ ମିଳିପାରେ । ପରିବାରରେ ମାତା-ପିତାଙ୍କ ଭରପୁର ସହଯୋଗ ମିଳିବ । 

.ଧନୁ ରାଶି- ଧନୁ ରାଶି ଥିବା ବ୍ୟକ୍ତିଙ୍କ ପାଇଁ ଶନି-ରାହୁର ସଂଯୋଗ ଲାଭପ୍ରଦ ରହିବ । ଭୌତିକ ସୁଖ ବୃଦ୍ଧି ପାଇବ । ଭୂମି,ଗାଡି କିଣିବାର ସୁଖ ମିଳିବ । ପରିବାରରେ ସଦସ୍ୟଙ୍କ ସଂଖ୍ୟା ବଢିବ । ଧନର ଆଗମନ ହେବ । ସଂପର୍କ ଦୃଢ ହେବ । କୌଣସି ନୂଆ କାମ ଆରମ୍ଭ କରିପାରନ୍ତି । 

.କୁମ୍ଭ ରାଶି ପାଇଁ ଶନି-ରାହୁ ଯୋଗ ଶୁଭଙ୍କର ହେବ । ଆପଣଙ୍କ କଥା ମଧୁର ରହିବ ଯାହାଦ୍ବାରା ଲୋକ ପ୍ରଭାବିତ ହେବେ । କିଛି ଜାତକରେ ପ୍ରେମ ବିବାହ ଆଗକୁ ବଢିବ । ରାଜନୀତିକ ଲାଭ ହେବ । ସରକାରୀ ସୂତ୍ରରୁ ଲାଭ ମିଳିବ । ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ 

  • Horoscope
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.