ଭୋଗରାଇ ୧୯।୧୨: ପଶ୍ଚିମବଙ୍ଗ ଦିଘା ବେଳାଭୂମିରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଏକ ବିରାଟକାୟ ସାର୍କ ମାଛ । ଯାହାର ଓଜନ ପ୍ରାୟ ୩ କ୍ବିଣ୍ଟାଲ ହେବ ବୋଲି ଜଣାପଡ଼ିଛି । ମାଛଟି ୭ ଫୁଟ ଲମ୍ବର । ଦିଘା ମୁହାଣରେ ମତ୍ସ୍ୟ ଅବତରଣ କେନ୍ଦ୍ରରେ ଏହି ମାଛଟିକୁ ନିଲାମ କରାଯାଉଥିବା ବେଳେ ପଶ୍ଚିମବଙ୍ଗର ଏକ କମ୍ପାନୀ ଏହାକୁ ନେଇଥିବା ଜଣାପଡ଼ିଛି । ଏହି ମାଛ ଔଷଧ ପ୍ରସ୍ତୁତି କାର୍ଯ୍ୟରେ ଲାଗୁଥିବାରୁ ମାଛର ଅଧିକ ମୂଲ୍ୟ ହୋଇଥାଏ । ମତ୍ସ୍ୟଜୀବୀଙ୍କ ଜାଲରେ ଏହି ମାଛଟି ଲାଗିଥିବା ବେଳେ ସେମାନଙ୍କୁ କୂଳକୁ ଆସିବା ପାଇଁ ଜୀବନ ମରଣ ସହିତ ସମୁଦ୍ରରେ ସଂଗ୍ରାମ କରିବାକୁ ପଡିଥିଲା । ଏହି ମାଛଟିକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥିଲା ।
You Can Read: