ବିଲରେ ଧାନ କାଟୁଥିବା ସମୟରେ ବୃଦ୍ଧଙ୍କୁ ଦଳିଦେଲା ହାତୀ

Published By : Prameya-News7 Bureau | December 19, 2024 IST

ହିନ୍ଦୋଳ ୧୯।୧୨: ହାତୀ ଆକ୍ରମଣରେ ବୃଦ୍ଧ ମୃତ I ଧାନ ବିଲରେ ଧାନ ଅମଳ ପାଇଁ ବିଲରେ ଥିବା ସମୟରେ ବୃଦ୍ଧଙ୍କୁ ଦଳି କଚାଡି ମାରିଲା ଦନ୍ତା ହାତୀ I ମୃତକ ହେଲେ ହିନ୍ଦୋଳ ବନାଞ୍ଚଳ କଂକାଳୁ ଗ୍ରାମର ଗିରିଶ ବେହେରା । ତାଙ୍କ ବୟସ ୭୦ ବର୍ଷ I ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ହିନ୍ଦୋଳରେ ଦିନକୁ ଦିନ ହାତୀ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ହେଉଥିବାରୁ ସାଧାରଣରେ ଭୟରେ ବାତାବରଣ ସୃଷ୍ଟି ହୋଇଛି I ଦୁଇ ଦିନ ତଳେ ଘରୁ ପରିସ୍ରା ପାଇଁ ଘର ବାହାରକୁ ଉଠିବା ବେଳେ ହାତୀ ବୃଦ୍ଧଙ୍କୁ ମାରିଥିବା ସମୟରେ ଧାନ ବିଲରେ ଧାନ କାଟୁଥିବା ସମୟରେ ହାତୀ ଦଳି ଚକଟି ମାରିଦେଇଛି I ଏହିପରି ହାତୀ ଆକ୍ରମଣରେ ବାରମ୍ବାର ମୃତ୍ୟୁ ହେଉଥିବାରୁ ହିନ୍ଦୋଳ ଜନ ସାଧାରଣ ଭୟଭୀତ ଥିବା ଦେଖିବାକୁ ମିଳୁଛି I 

ବନ ବିଭାଗର ଏପରି ନିଦାବିଷ୍ଣୁ ସ୍ଥିତି ଦେଖି ବୁଦ୍ଧିଜୀବୀ ମହଲରେ ହିନ୍ଦୋଳ ବନ ବିଭାଗ ତଥା ଢେଙ୍କାନାଳ ବନଖଣ୍ଡ ଅଧିକାରୀଙ୍କ ଅପାରଗ ପଣିଆକୁ ସମାଲୋଚନା କରୁଥିବା ଦେଖିବାକୁ ମିଳିଛି I ଯଦି ଆଗାମୀ ଦିନରେ ଏହାର କୌଣସି ସ୍ଥାୟୀ ପ୍ରତିକାର କରାନଯାଏ ତେବେ ସାରା ହିନ୍ଦୋଳବାସୀ ରାଜରାସ୍ତା ଅବରୋଧ କରିବାର ଚେତାବନୀ ଦେଇଛନ୍ତି I

You Can Read:

ସଂସଦରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ଘଟଣା : ରାଜଧାନୀରେ ଗର୍ଜିଲା ବିଜେପି ଯୁବ ମୋର୍ଚ୍ଚା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.