ଟ୍ରମ୍ପଙ୍କ ସହ ପିଏମ୍ ମୋଦୀଙ୍କ ଆଲୋଚନାରେ ଖୁସି କଂଗ୍ରେସ ସାଂସଦ, ଶଶି ଥରୁର କହିଲେ-ଭାରତର ଶକ୍ତି ବଢିବ

Published By : Prameya-News7 Bureau | February 14, 2025 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତକୁ ନେଇ ରାହୁଲ ଗାନ୍ଧୀ ଏବଂ ଜୟରାମ ରମେଶଙ୍କ ପରି କଂଗ୍ରେସ ନେତା ଟାର୍ଗେଟ୍ କରିଛନ୍ତି । ଅନ୍ୟପଟେ ଦଳର ସାଂସଦ ଶଶି ଥରୁର୍ ପାର୍ଟି ଲାଇନ୍ ବାହାରେ ପିଏମ୍ ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କ ସମର୍ଥକ ବଡ଼ ନେଗୋସିଏଟର ମାନନ୍ତି । ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଗତକାଲି କହିଥିଲେ ଯେ ଟ୍ରମ୍ପ ଜଣେ ବଡ଼ ନେଗୋସିଏଟର, କିନ୍ତୁ ଟ୍ରମ୍ପ ମିଳିତ ବୟାନରେ କହିଛନ୍ତି ଯେ ପିଏମ୍ ମୋଦୀ ତାଙ୍କଠାରୁ ବି ବଡ଼ ନେଗୋସିଏଟର । ଏହା ଚମତ୍କାର । ସେ କହିଛନ୍ତି ଯେ ଏହି ଗସ୍ତ ଭଲ ବିତିଛି । ଭାରତକୁ ଏଫ୍-୩୫ ଯୁଦ୍ଧ ବିମାନ ଦେବା ଲାଗି ଆମେରିକା ସହମତି ଦେଇଛି । ଏହା ଭାରତ ପାଇଁ ଲାଭଦାୟକ ହେବ ।

କଂଗ୍ରେସ ସାଂସଦ କହିଛନ୍ତି ଯେ ଭାରତ ପାଖରେ ପୂର୍ବରୁ ରାଫେଲ୍ ପରି ଲଢୁଆ ବିମାନ ରହିଛି । ଏବେ ଏଫ୍-୩୫ ମିଳିବା ପରେ ଶକ୍ତି ଆହୁରି ବଢିବ । ସେ କହିଛନ୍ତି, 'ଡୋନାଲ୍ଡ ଟ୍ରମ୍ପ ନିଜକୁ ହାର୍ଡ ବାରଗେନର୍ ଭାବନ୍ତି ଏବଂ ଏଥିପାଇଁ ସେ ଗର୍ବ ବି କରନ୍ତି । ଯଦି ସେ କହିଛନ୍ତି ପିଏମ୍ ମୋଦୀ ତାଙ୍କଠାରୁ ବି ଭଲ ନେଗୋସିଏଟର ତେବେ ଏହା ବଡ଼ କଥା । ଡୋନାଲ୍ଡ ଟ୍ରମ୍ପ ଏପରି ଜଣେ ବ୍ୟକ୍ତି, ଯିଏ କ୍ୱଚିତ କାହାକୁ ପ୍ରଶଂସା କରନ୍ତି । ଏପରି ବ୍ୟକ୍ତି ଯଦି ଭାରତର ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି, ତେବେ ଏହା ଭଲ କଥା ।'   

ଉଲ୍ଲେଖଯୋଗ୍ୟ, ଗୌତମ ଆଦାନୀଙ୍କୁ ଆମେରିକାରେ ପିଏମ୍ ମୋଦୀଙ୍କୁ ଏକ ପ୍ରଶ୍ନ କରାଯାଇଥିଲା । ଏହା ଉପରେ ପିଏମ୍ ମୋଦୀ କହିଥିଲେ ଯେ କୌଣସି ବ୍ୟକ୍ତିଙ୍କ ଉପରେ ପ୍ରଶ୍ନ ପଚରା ନଯିବା ଦରକାର । ଏହି ମଞ୍ଚ ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ଏବଂ ଏଠାରେ ଦୁଇ ଦେଶ ସହ ଜଡ଼ିତ ପ୍ରଶ୍ନ କରାଯିବା ଦରକାର । ଏହା ଉପରେ ରାହୁଲ ଗାନ୍ଧୀ ପିଏମଙ୍କୁ ଟାର୍ଗେଟ୍ କରିଥିଲେ । ତାଙ୍କ ବ୍ୟତୀତ ଜୟରାମ ରମେଶଙ୍କ ପରି କଂଗ୍ରେସର ଅନ୍ୟ ମଧ୍ୟ ପିଏମ୍ ମୋଦୀଙ୍କୁ ନିଶାଣ କରିଥିଲେ । ତେବେ ଏହା ପ୍ରଥମ ଥର ନୁହେଁ, ଯେତେବେଳେ ଶଶି ଥରୁର ପାର୍ଟି ଲାଇନ୍ ବାହାରେ ଯାଇ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି, ପୂର୍ବରୁ ବି ସେ ଅନେକ ପ୍ରସଙ୍ଗରେ ସମାନ ଢଙ୍ଗରେ ପ୍ରଶଂସା କରିସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.