ଅବକାରୀ କମିଶନର ଅଫିସକୁ କଟକରୁ ଭୁବନେଶ୍ୱରକୁ ସ୍ଥାନାନ୍ତର ପ୍ରସଙ୍ଗ ଉଠାଇଲେ ବିଧାୟିକା ସୋଫିଆ ଫିର୍ଦ୍ଦୋଶ

Published By : Prameya-News7 Bureau | August 30, 2024 IST

ଭୁବନେଶ୍ବର ୩୦।୮: ଅବକାରୀ କମିଶନର ଅଫିସକୁ କଟକରୁ ଭୁବନେଶ୍ୱରକୁ ସ୍ଥାନାନ୍ତର ନେଇ ବିଧାନସଭା ଶୂନ୍ୟକାଳରେ ପ୍ରଶ୍ନ ଉଠାଇଲେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଶ । କଟକକୁ ଶ୍ରୀହୀନ କରିବାକୁ ପ୍ରୟାସ ଚାଲିଥିବା ପ୍ରସଙ୍ଗ ଉଠାଇଲେ ସୋଫିଆ ।

ପୂର୍ବ ସରକାର କଟକକୁ ଶ୍ରୀହୀନ କରିବାକୁ ପ୍ରୟାସ କରିଥିଲେ, ଏବେ ତାହା ଜାରି ରହିଛି । ଅବକାରୀ କମିଶନର ଅଫିସକୁ କଟକରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଉଛି । ଭୁବନେଶ୍ୱରରେ ଇଡ଼କୋ ଟାୱାରର ଚତୁର୍ଥ ଏବଂ ପଞ୍ଚମ ମହଲାରେ ଭଡା ଘର ନିଆଯାଇଛି । ଭଡା ଘର ପାଇଁ ୪ ଲକ୍ଷ ଟଙ୍କା ଭଡା ଦିଆଯାଉଛି, ଏଥିପାଇଁ ସରକାରଙ୍କ ଅନୁମତି ଅଛି କି ବୋଲି ପ୍ରଶ୍ନ କରିଛନ୍ତି କଟକ ବାରବାଟୀ ବିଧାୟିକା । 

ତତ୍କାଳୀନ ଅବକାରୀ କମିଶନର ଆଶିଷ ସିଂଙ୍କ ସମୟରେ ଏହି ଚକ୍ରାନ୍ତ କରି କାର୍ଯ୍ୟାଳୟ ସ୍ଥାନାନ୍ତର କରିଥିଲେ । ରାତାରାତି ଫାଇଲପତ୍ର ସ୍ଥାନାନ୍ତର କରାଯାଉଛି ବୋଲି ସୋଫିଆ ଅଭିଯୋଗ ଆଣିଛନ୍ତି ।

You Can Read:

ଯେଉଁ ସ୍କୁଲରେ ଅଧିକ ଶିକ୍ଷକ ଅଛନ୍ତି, ସେଠାରୁ ବଦଳି କରି ଆବଶ୍ୟକ ଥିବା ସ୍କୁଲରେ ନିଯୁକ୍ତ କରାଯିବ : ଗଣଶିକ୍ଷା ମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.