ମୁମ୍ଵାଇ ୨୧।୦୨; ବାଂଲାଦେଶକୁ ୬ ୱିକେଟରେ ହରାଇ ଭାରତ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ କରିଥିଲା। ଟିମ୍ ଇଣ୍ଡିଆ ୨୧ ବଲ୍ ବାକି ଥାଇ ୨୨୯ ରନ୍ ର ଟାର୍ଗେଟ ହାସଲ କରିନେଇଥିଲା। ମହମ୍ମଦ ଶାମିଙ୍କ ପାଞ୍ଚ ୱିକେଟ୍ ଅକ୍ତିଆର ପରେ, ଶୁବ୍ମନ ଗିଲଙ୍କ ଚମତ୍କାର ବ୍ୟାଟିଂ କରିଥିଲେ। ଚାମ୍ପିଅନ୍ସ ଟ୍ରଫିର ବ୍ରାଣ୍ଡ ଆମ୍ବାସାଡର ଶିଖର ଧାୱନ ମଧ୍ୟ ମ୍ୟାଚ୍ ଦେଖିବାକୁ ଷ୍ଟାଡିୟରେ ପହଞ୍ଚିଥିଲେ। ଏହି ସମୟରେ, ଜଣେ ବିଦେଶୀ ମହିଳା ମଧ୍ୟ ତାଙ୍କ ସହିତ ବସିଥିଲେ। ବର୍ତ୍ତମାନ ଏହି ମହିଳା କିଏ ବୋଲି ପ୍ରଶଂସକଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛି ? କିଛି ସମୟ ପୂର୍ବରୁ ଛାଡପତ୍ର ନେଇଥିବା ଶିଖର ଧାୱନ କ’ଣ ପୁଣି ଥରେ ଜଣେ ବିଦେଶୀ ମହିଳାଙ୍କୁ ଡେଟ୍ କରୁଛନ୍ତି? ତାହାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି ।
ଏହି ମହିଳାଙ୍କ ସହ ଶିଖର ମ୍ୟାଚ୍ ଦେଖୁଥିଲେ
ଶିଖରଙ୍କ ବିବାହ ବିଚ୍ଛେଦ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଏହି ପ୍ରଶ୍ନ ଉଠୁଛି। କିଛି ସମୟ ପୂର୍ବରୁ ଶିଖର ଧାୱନଙ୍କୁ ବିମାନବନ୍ଦରରେ ଜଣେ ବିଦେଶୀ ମହିଳାଙ୍କ ସହ ଦେଖିବାକୁ ମିଳିଥିଲା ଏବଂ ଏବେ ଭାରତ ବନାମ ବାଂଲାଦେଶ ମ୍ୟାଚ୍ରେ ସେ ପୁଣି ଥରେ ମହିଳାଙ୍କ ସହ ବସି ମ୍ୟାଚ୍ ଉପଭୋଗ କରୁଥିବାର ନଜର ଆସିଥିଲେ । ସୂଚନା ଅନୁଯାୟୀ ସେହି ମହିଳା ଜଣକ ହେଉଛନ୍ତି ସୋଫି। ଯାହାଙ୍କୁ ଶିଖର ଧାୱନ ମଧ୍ୟ ଇନଷ୍ଟାଗ୍ରାମରେ ଫଲୋ କରନ୍ତି। ଏହା ସ୍ପଷ୍ଟ ଯେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଅଛି। ହେଲେ କୁହାଯାଇପାରିବ ନାହିଁ ଯେ ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି ନା ନାହିଁ । ସେମାନେ କେବଳ ବନ୍ଧୁ ଭାବରେ ମ୍ୟାଚ୍ ଦେଖିବାକୁ ଏକାଠି ଆସିଥିଲେ।
Shikhar Dhawan enjoying India vs Bangladesh 😎 pic.twitter.com/Z3SJbPqn8C
— Ctrl C Ctrl Memes (@Ctrlmemes_) February 20, 2025
ଶିଖର ଧାୱନ ୨୦୧୨ ମସିହାରେ ତାଙ୍କ ଠାରୁ ବଡ଼ ଆୟେଶା ମୁଖାର୍ଜୀଙ୍କୁ ବିବାହ କରିଥିଲେ। ଉଭୟଙ୍କର ଗୋଟିଏ ପୁଅ ମଧ୍ୟ ଅଛି। କିଛି ସମୟ ପୂର୍ବରୁ ଶିଖର ଏବଂ ଆୟେଶା ଅଲଗା ହୋଇ ଛାଡପତ୍ର ନେଇଥିଲେ। ସେବେ ଠାରୁ ଶିଖର ଧାୱନ ଏକାକୀ ଜୀବନଯାପନ କରୁଛନ୍ତି। ସେ ଅନେକ ଥର ତାଙ୍କ ପୁଅଠାରୁ ଅଲଗା ହେବା ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଶିଖରଙ୍କ ପୁଅ ଅଷ୍ଟ୍ରେଲିଆରେ ତାଙ୍କ ମାଆଙ୍କ ସହିତ ରୁହନ୍ତି।