ଗୁଜୁରାଟ ପରାଜୟର କାରଣ ପାଲଟିଲା ଶ୍ରେୟାସ ଆୟରଙ୍କ ମେସେଜ୍‌ ! ଶେଷ ଓଭରରେ ଶଶାଙ୍କଙ୍କୁ କହିଥିଲେ ଏହି କଥା...

Published By : Prameya-News7 Bureau | March 26, 2025 IST

ନୂଆଦିଲ୍ଲୀ ୨୬।୦୩; ଖୁବ୍‌ ରୋମାଞ୍ଚକର ହେଉଛି ଆଇପିଏଲ । ମଙ୍ଗଳବାର ପଞ୍ଚମ ଲିଗ୍ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଗୁଜରାଟ ଟାଇଟନ୍ସ ଓ ପଞ୍ଚାବ କିଙ୍ଗସ୍ । ଗୁଜରାଟ ଟାଇଟାନ୍ସକୁ ୧୧ ରନ୍‌ରେ ପରାସ୍ତ କରିଛି ପଞ୍ଜାବ କିଙ୍ଗସ୍‌ । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୨୪୩ ରନ୍ କରିଥିଲା। 

ଜବାବରେ ଗୁଜରାଟ କରିପାରିଥିଲା ମାତ୍ର ୨୩୨ ରନ୍ । ଶ୍ରେୟସ ଆୟର ପଞ୍ଜାବ ପାଇଁ ଦମଦାର୍‌ ଇନିଂସ । ସେ ୯୭ ରନ କରି ନଟ୍ ଆଉଟ୍ ରହିଥିଲେ । କିନ୍ତୁ ଶେଷ ଓଭରରେ ଆୟର ସାଥୀ ଖେଳାଳି ଶଶାଙ୍କ ସିଂହଙ୍କୁ କିଛି କହିଥିଲେ। ଯାହା ଗୁଜୁରାଟ ପରାଜୟର ପାଲଟିଥିଲା କାରଣ । 

ବାସ୍ତବରେ ଶତକଠୁ ମାତ୍ର ୩ ରନ ଦୂରରେ ଥିଲେ ବି ସେଞ୍ଚୁରୀ ପାଇଁ ପ୍ରୟାସ କରିନଥିଲେ ବରଂ ସାଥୀ ଖେଳାଳୀ ଶଶାଙ୍କ ସିଂଙ୍କୁ ବଡ଼ ସଟ ଖେଳିବା କରିଥିଲେ ଉତ୍ସାହିତ । ଫଳରେ ଶଶାଙ୍କ ମାତ୍ର ୧୬ ବଲରୁ ଖେଳିଥିଲେ ଅପରାଜିତ ୪୪ ରନ୍‌ । ଆଉ ଏହି ରନ୍‌ ବଳରେ ପଞ୍ଜାବ ୫ ୱିକେଟ୍‌ ହରାଇ କରିଥିଲା ୨୪୩ ରନ୍‌ । 

ଶେଷ ଓଭର ଠିକ୍‌ପୂର୍ବରୁ, ଆୟର ଶଶାଙ୍କକୁ କହିଥିଲି କି ‘ମୋ ଶତକ ପାଇଁ ଚିନ୍ତା କର ନାହିଁ । ଆକ୍ରମକ ହୋଇ ଖେଳ । ପୁରା ଜୋର୍‌ ଲଗାଇଦିଅ ।‘ ଏକଥା ନିଜେ ଶଶାଙ୍କ ପ୍ରକାଶ କରିଥିଲେ।  ଶଶାଙ୍କ କହିଥିଲେ କି ଆୟରଙ୍କ କଥା ଶୁଣି ମୁଁ ନିର୍ଭୟରେ ଖେଳିଥିଲି । ତେବେ ଶଶାଙ୍କ ଦୁର୍ଦ୍ଧର୍ଷ ବ୍ୟାଟିଂ କରି ୬ଟି ଚୌକା ଓ ୨ଟି ଛକା ମାରିଥିଲେ । 

ଆଇପିଏଲରେ ଏଯାବତ୍ ୫ଟି ମ୍ୟାଚ ଖେଳାଯାଇଛି । ପଏଣ୍ଟ ଟେବୁଲ ସ୍ଥିତି ଅନୁସାରେ ସନରାଇଜର୍ସ ହାଇଦ୍ରାବାଦ ଟପରେ ରହିଛି । ଦ୍ବିତୀୟରେ ଆରସିବି, ତୃତୀୟରେ ପଞ୍ଜାବ ଓ ଚତୁର୍ଥ ସ୍ଥାନରେ ଚେନ୍ନାଇ ସୁପର କିଙ୍ଗସ୍ ରହିଥିବା ବେଳେ ପଞ୍ଚମରେ ଦିଲ୍ଲୀ କ୍ୟାପିଟାଲ୍ସ ରହିଛି ।

  • IPL 2025
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.