ସ୍ୱାମୀ ଶୁଦ୍ଧାନନ୍ଦ ଗିରିଙ୍କ ହାତରେ ‘ଶ୍ରୀଜଗନ୍ନାଥଙ୍କ ମାମୁଘର’ର ପୁସ୍ତକ ଲୋକାର୍ପଣ

Published By : Prameya-News7 Bureau | December 02, 2024 IST

News7

ଭୁବନେଶ୍ୱର: ବିଶିଷ୍ଟ ଗବେଷକ ଲକ୍ଷ୍ମୀଧର ସାହୁଙ୍କ ଗବେଷଣାତ୍ମକ ପୁସ୍ତକ ‘ଶ୍ରୀଜଗନ୍ନାଥଙ୍କ ମାମୁଘର ‘ ଓ  ଶିଶୁସାହିତ୍ୟିକ ବିଜୟ କୁମାର ମହାନ୍ତିଙ୍କ ଶିଶୁ ଓ କିଶୋରଙ୍କ ପାଇଁ ଉଦ୍ଦିଷ୍ଟ ପୁସ୍ତକ ‘ ଜଗନ୍ନାଥଙ୍କ ମାମୁଘର’ର ଲୋକାର୍ପଣ ହୋଇଯାଇଛି ।   ପ୍ରାଚୀକ୍ଷେତ୍ରର ଆରାଧ୍ୟ ଦିଅଁ ନିଆଳି-ମାଧବର ଶ୍ରୀଶ୍ରୀମାଧବାନନ୍ଦଜୀଉଙ୍କ ପୀଠରେ ବିଶିଷ୍ଟ ସନ୍ଥ  ସ୍ୱାମୀ ଶୁଦ୍ଧାନନ୍ଦ ଗିରିଙ୍କ  ହାତରେ ଏହା ଲୋକାର୍ପିତ ହୋଇଛି । 

ଏହି ଦୁଇଟି ପୁସ୍ତକ ମହାପ୍ରଭୁଙ୍କଠାରେ  ପୂଜାର୍ଚ୍ଚନା ପୂର୍ବକ ସମର୍ପଣ ପରେ ଶ୍ରୀଗରୁଡଙ୍କ ନିକଟରେ ସ୍ୱାମିଜୀ ଏହାର ଉନ୍ମୋଚନ କରିଛନ୍ତି । ଏହି ଉତ୍ସବରେ ସଂଯୋଜନା କରିଥିଲେ – ତ୍ରିଲୋଚନ ପୁଷ୍ପାଳକ । ଏଥିରେ ଲେଖକ ରାଜକିଶୋର ନନ୍ଦ,  ଲକ୍ଷ୍ମୀଧର ସାହୁ, ଚିତ୍ତରଞ୍ଜନ ପାତ୍ର, ଭାସ୍କର ପୁଷ୍ପାଳକ, ଲକ୍ଷ୍ମୀଧର ପୁଷ୍ପାଳକ , ବିଜୟ ପରିଡ଼ା ଓ ଅକ୍ଷୟ ପରିଡ଼ାଙ୍କ ସମେତ ସେବକ ନିଯୋଗର ବହୁ ସେବାୟତ ଯୋଗଦେଇଥିଲେ ।

ଲକ୍ଷ୍ମୀଧର ସାହୁଙ୍କ ‘ଶ୍ରୀଜଗନ୍ନାଥଙ୍କ ମାମୁଘର ‘ ଏକ ଗବେଷଣା ପୁସ୍ତକ , ଯେଉଁଥିରେ ଶ୍ରୀକ୍ଷେତ୍ର ସହ ଶ୍ରୀଜଗନ୍ନାଥଙ୍କ ମଉଳାଘର ସମ୍ପର୍କନେଇ ବହୁ ମୂଲ୍ୟବାନ ତଥ୍ୟ ରହିଛି । ଶିଶୁ ଓ କିଶୋରଙ୍କ ପାଇଁ ଉଦ୍ଦିଷ୍ଟ ପୁସ୍ତକ ‘ ଜଗନ୍ନାଥଙ୍କ ମାମୁଘର’ ପିଲାଙ୍କ  ମନରେ ଆଧ୍ୟାତ୍ମିକ ଭାବନା ଜାଗରଣ ଉଦ୍ଦେଶ୍ୟରେ ଏକ ସଫଳ ପ୍ରୟାସ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.