ବିଗ୍‌ ବଜେଟ୍‌ ଫିଲ୍ମ ‘ସିଙ୍ଗମ୍ ଏଗେନ୍’, ଫିଲ୍ମରେ ଖର୍ଚ୍ଚ ହୋଇଛି ୩୫୦ କୋଟି, କିଏ ନେଲେ କେତେ ?

Published By : Prameya-News7 Bureau | October 12, 2024 IST

ନୂଆଦିଲ୍ଲୀ ୧୨।୧୦: ଦୀପାବଳିରେ ବକ୍ସ ଅଫିସରେ ହଙ୍ଗାମ କରିବ ‘ସିଙ୍ଗମ୍ ଏଗେନ୍’ । ଗୋଟିଏ ଫିଲ୍ମରେ ଦେଖିବାକୁ ମିଳିବେ ଅନେକ ତାରକା । ସେ ପୁଣି ଜଣଙ୍କ ଠାରୁ ବଳି ଜଣେ ସୁପର୍‌ଷ୍ଟାର୍ । ବିଗ୍‌ ବଜେଟରେ ତିଆରି ହୋଇଛି ରୋହିତ ସେଟ୍ଟିଙ୍କ ଫିଲ୍ମ । ଧମାଲ୍‌ ଦେଖାଇବେ ଅଜୟ ଦେବଗନ୍‌ । ୩୫୦ କୋଟିରେ ତିଆରି ହୋଇଛି ‘ସିଙ୍ଗମ୍ ଏଗେନ୍’ । ତେବେ ଫିଲ୍ମ ପାଇଁ କିଏ ନେଇଛି କେତେ ? ଆସନ୍ତୁ ଜାଣିବା…

 ‘ସିଙ୍ଗମ୍ ଏଗେନ୍’ର ରିଲିଜ୍‌ ହୋଇଛି ଟ୍ରେଲର । ଏହାପରେ ଆରମ୍ଭ ହୋଇଛି ଚର୍ଚ୍ଚା । ପୁଣି ସିଙ୍ଘମ ଅବତାରରେ ନଜର ଆସିବେ ଅଜୟ ଦେବଗନ । ଯାହା ଫିଲ୍ମ ପ୍ରେମୀଙ୍କୁ କରିଛି ଆଟ୍ରାକ୍ଟ । ଗୋଟିଏ ଫିଲ୍ମରେ ଅନେକ ତାରକା ଥିବା ଦର୍ଶକଙ୍କୁ କରିଛି ଆଶ୍ଚର୍ଯ୍ୟ । ପ୍ରତ୍ୟେକ ଅଭିନେତାଙ୍କ ଝଲକ ଟ୍ରେଲରରେ ଦେଖିବାକୁ ମିଳିଛି । ଫିଲ୍ମରେ ସଲମାନ ଖାନ ମଧ୍ୟ ନଜର ଆସିଛନ୍ତି । ତାଙ୍କୁ ଚୁଲ୍‌ବୁଲ୍‌ ପାଣ୍ଡେ ଅବତାରରେ ମିଳିଛି ଏକ ସ୍ୱତନ୍ତ୍ର କେମିଓ ରୋଲ୍‌ ।  

ତେବେ ଫିଲ୍ମର ଲିଡ୍‌ ଅଭିନେତା ହେଉଛନ୍ତି ଅଜୟ ଦେବଗାନ । ରିପୋର୍ଟ ଅନୁଯାୟୀ ଅଜୟ ଦେବଗନ୍‌ ତୃତୀୟ ଥର ପାଇଁ ସିଙ୍ଘମ ହେବାକୁ ପ୍ରାୟ ୩୫ କୋଟି ଟଙ୍କା ନେଇଛନ୍ତି । ସେ ହେଉଛନ୍ତି ଏହି ଫିଲ୍ମର ସବୁଠାରୁ ଦାମୀ ଅଭିନେତା । ଅଜୟ ମଧ୍ୟ ଏହି ଫିଲ୍ମର କୋ-ପ୍ରଡ୍ୟୁସର୍ । ସେହିପରି ସ୍ପେଶାଲ୍ କେମିଓ ରୋଲ୍‌ରେ ନଜର ଆସିଛନ୍ତି ଅକ୍ଷୟ କୁମାର । ଅକ୍ଷୟ କୁମାର ଏଥିପାଇଁ ନେଇଛନ୍ତି ୨୦କୋଟି ଟଙ୍କା । ତେବେ ଅଜୟଙ୍କ ଫିସ୍ ପରେ ଏହା ହେଉଛି ଦ୍ୱିତୀୟ ସର୍ବାଧିକ ଫିସ୍ । ଯାହା   ଖିଲାଡି ଷ୍ଟାରଙ୍କୁ ମିଳିଛି । 

ଫିଲ୍ମରେ ନଜର ଆସିବେ କରୀନା କପୁର, ଟାଇଗର୍‌ ସଫ୍‌, ଅର୍ଜୁନ କପୁର । ସିଙ୍ଘମ୍‌ଙ୍କ ପତ୍ନୀ ଅବନୀ କାମତଙ୍କ ଭୂମିକାରେ ନଜର ଆସିବେ କରୀନା କପୁର । ଏହି ଫିଲ୍ମରେ ଅଭିନୟ ପାଇଁ କରୀନା କପୁର ନେଇଛନ୍ତି ୧୦ କୋଟି ଟଙ୍କା । ଏବେ ଆସିବା ଫିଲ୍ମର ଭିଲେନଙ୍କ ପାଖକୁ । ଖଳନାୟକ ଭୂମିକାରେ ନଜର ଆସିବେ ଅର୍ଜୁନ କପୁର । ଟ୍ରେଲର୍‌ରେ ତାଙ୍କର ଦମଦାର୍‌ ଭୂମିକା ଦେଖିବାକୁ ମିଳିଛି । ଫିଲ୍ମରେ ଅଭିନୟ କରିବା ପାଇଁ ଅର୍ଜୁନ କପୁର ନେଇଛନ୍ତି ୬ କୋଟି ଟଙ୍କା । ସେହିପରି ଏସିପି ସତ୍ୟ ଭୂମିକାରେ ନଜର ଆସିଛନ୍ତି ଟାଇଗର ଶ୍ରଫ୍‌ । ସେ ଫିଲ୍ମରେ ଅଭିନୟ ପାଇଁ ନେଇଛନ୍ତି ୩ କୋଟି ।

ସେହିପରି ଫିଲ୍ମରେ ଦୀପିକା ପାଦୁକୋନ ଏବଂ ରଣବୀର ସିଂହ ନଜର ଆସିବେ । ସିଙ୍ଗମ୍‌ରେ ଦୀପିକା ପାଦୁକୋନଙ୍କ ନୂଆ ଏଣ୍ଟ୍ରି ହୋଇଛି । ଦୀପିକା ଲେଡି ସିଙ୍ଗମ୍ ଅର୍ଥାତ୍ ଶକ୍ତି ଶେଟ୍ଟୀ ଭୂମିକାରେ ନଜର ଆସିବେ । ଏଥିପାଇଁ ଦୀପିକା ନେଇଛନ୍ତି ୬କୋଟିର ଫି । ସେହିପରି ସିମ୍ବା ଅଭିନୟରେ ନଜର ଆସିଛନ୍ତି ରଣବୀର ସିଂ । ସେ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ନେଇଛନ୍ତି ୧୦ କୋଟି ଟଙ୍କା । ତେବେ ରଣବୀର ସିଂହ ଏହି ଫିଲ୍ମରେ ଦୀପିକାଙ୍କଠାରୁ ଅଧିକ ଫି ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.