ଭାରତରେ ବ୍ୟବହାର ହେଉଥିବା ୯୯% ମୋବାଇଲ୍ ଦେଶରେ ତିଆରି: କେନ୍ଦ୍ର ସରକାର

Published By : Prameya-News7 Bureau | December 20, 2024 IST

internet

ନୂଆଦିଲ୍ଲୀ: ଭାରତରେ ବ୍ୟବହାର ହେଉଥିବା ୯୯ ପ୍ରତିଶତ ମୋବାଇଲ୍ ଆମ ଦେଶରେ ହିଁ ତିଆରି ହୋଇଛି। ବୁଧବାର ସଂସଦରେ ଏହି ସୂଚନା ଦେଇଛନ୍ତି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ର ମନ୍ତ୍ରୀ ଜିତିନ ପ୍ରସାଦ। ଗତ ଦଶନ୍ଧି ମଧ୍ୟରେ ଘରୋଇ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ବହୁଗୁଣିତ ହୋଇଛି। ୨୦୧୪-୧୫ ବର୍ଷରେ ଦେଶରେ ୧,୯୦,୩୬୬ କୋଟି ମୋବାଇଲ ପ୍ରଡକ୍ସନ ହେଉଥିଲା। ବର୍ତ୍ତମାନ ୨୦୨୩-୨୪ ଆର୍ଥିକ ବର୍ଷରେ ୯,୫୨,000 କୋଟି ଉତ୍ପାଦନ ହେଉଛି। ବାର୍ଷିକ ଅଭିବୃଦ୍ଧି ହାର (CAGR) ୧୭% ରୁ ଅଧିକ ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ ସଂସଦରେ ବୟାନ ଦେଇ କହିଛନ୍ତି “ ଭାରତ ବର୍ତ୍ତମାନ ଏମିତି ଏକ ସ୍ଥିତିରେ ପର୍ଯ୍ୟାୟରେ ପହଞ୍ଚିଛି ଯେଉଁଠାରେ ଭାରତରେ ବ୍ୟବହୃତ ହେଉଥିବା ୯୯.୨ ପ୍ରତିଶତ ମୋବାଇଲ୍ ହ୍ୟାଣ୍ଡସେଟ୍ ଘରୋଇ ଉତ୍ପାଦିତ। ୨୦୧୪-୧୫ ଆର୍ଥିକ ବର୍ଷରେ ମୋବାଇଲ୍ ଆମଦାନୀ କରୁଥିବା ଦେଶ ଥିଲା ଭାରତ। ସେତେବେଳେ ୭୪ ପ୍ରତିଶତ ମୋବାଇଲ ଆମଦାନୀ ହେଉଥିଲା। ବର୍ତ୍ତମାନ ଏହା ମୋବାଇଲ ରପ୍ତାନୀକାରୀ ଦେଶ ହୋଇଛି।”

ଶିଳ୍ପ ଆକଳନକୁ ଦର୍ଶାଇ ସେ କହିଛନ୍ତି ଯେ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ପ୍ରାୟ ୨୫ ଲକ୍ଷ ନିଯୁକ୍ତି (ପ୍ରତ୍ୟକ୍ଷ ଏବଂ ପରୋକ୍ଷ) ସୃଷ୍ଟି ହୋଇଛି। ସେହିପରି ସେମିକଣ୍ଡକ୍ଟରର ବିକାଶ ଏବଂ ଦେଶରେ ଉତ୍ପାଦନ ଇକୋସିଷ୍ଟମର ପ୍ରଦର୍ଶନ ପାଇଁ ସମୁଦାୟ, ୭୬,୦୦୦ କୋଟି ଖର୍ଚ୍ଚରେ ସେମିକନ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ସରକାର ଅନୁମୋଦନ କରିଛନ୍ତି।

ଏତଦ୍ ବ୍ୟତୀତ, ବୃହତ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ହାର୍ଡୱେର୍ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଡକ୍ସନ୍ ଲିଙ୍କ୍ ଇନସେଣ୍ଟିଭ୍ ସ୍କିମ୍ (PLI) ଏବଂ ଇଲେକ୍ଟ୍ରୋନିକ୍ କମ୍ପୋନେଣ୍ଟସ୍ ଏବଂ ସେମିକଣ୍ଡକ୍ଟର (SPECS) ଆଦିର ଉତ୍ପାଦନ ପ୍ରୋତ୍ସାହନ ଯୋଜନା ମଧ୍ୟ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.