ନୂଆଦିଲ୍ଲୀ: ଜିଏସଟି କାଉନସିଲ ବୈଠକରେ ସ୍ୱାସ୍ଥ୍ୟ ବୀମାର ପ୍ରିମିୟମ ଉପରେ ଲାଗୁଥିବା ଟିକସ ହ୍ରାସ ଉପରେ ସହମତି ହୋଇପାରି ନାହିଁ । ଜିଏସଟି କାଉନସିଲରେ ଶନିବାର ଜୀବନ ବୀମା ଏବଂ ସ୍ୱାସ୍ଥ୍ୟ ବୀମା ପଲିସିର ପ୍ରିମିୟମ ଉପରେ ଟିକସ ହାର ହ୍ରାସ ଉପରେ ନିଷ୍ପତ୍ତି ହୋଇପାରି ନାହିଁ । ବୈଠକରେ ସାମିଲ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ବୀମା ସହ ଜଡ଼ିତ ବୈୟଷିକ ଦିଗରେ ଥିବା ଅସୁବିଧାକୁ ଦୂର କରିବା ପାଇଁ ଜିଏସଟି କାଉନସିଲର ୫୫ତମ ବୈଠକରେ ସ୍ଥିର କରାଯାଇଛି । ଏହା ଉପରେ ଅଧିକ ବିଚାର-ବିମାର୍ଶ କରିବା ପାଇଁ ଜିଓଏମକୁ ଦାୟିତ୍ୱ ଦିଆଯାଇଛି ।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦରେ ଏହି ନିଷ୍ପତ୍ତି ନେଇଛି । ବିହାର ଅର୍ଥମନ୍ତ୍ରୀ ସମ୍ରାଟ ଚୌଧୁରୀ କହିଛନ୍ତି ଯେ ସାମୁହିକ, ବ୍ୟକ୍ତିଗତ ଏବଂ ବରିଷ୍ଠ ନାଗିରକଙ୍କ ପଲିସିକୁ ଟିକସମୁକ୍ତ କରିବା ଉପରେ ନିଷ୍ପତ୍ତି ନେବା ଲାଗି ଜିଓଏମ୍ ବୈଠକ କରିବ । ସମ୍ରାଟ ଚୌଧୁରୀ ମିଡିଆକୁ ଦେଇଥିବା ବୟାନରେ କହିଛନ୍ତି, 'ବୀମା ପଲିସି ଉପରେ ଅଧିକ ଚର୍ଚ୍ଚା କରିବା ଆବଶ୍ୟକତା ଥିବା କିଛି ସଦସ୍ୟ କହିଛନ୍ତି । ଜାନୁଆରିରେ ଏଥିପାଇଁ ଜିଓଏମ୍ ଆୟୋଜନ କରାଯିବ ।'
ଜିଏସଟି ପରିଷଦ ସମ୍ରାଟ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ସମୁହ (ଜିଓଏମ) ଗଠନ କରାଯାଇଥିଲା । ଜିଓଏମର ନଭେମ୍ୱର ବୈଠକରେ ଟର୍ମ ଲାଇଫ୍ ଇନ୍ୟୁରାନ୍ସର ବୀମା ପ୍ରିମିୟମକୁ ଜିଏସଟି ମୁକ୍ତ କରିବା ଉପରେ ସହମତି ହୋଇଥିଲା । ଏହାସହ ସ୍ୱାସ୍ଥ୍ୟ ବୀମା ଉପରେ ବରିଷ୍ଠ ନାଗାରକଙ୍କ ଦ୍ୱାରା ପୈଠ କରାଯାଉଥିବା ପ୍ରମିୟମକୁ ଟ୍ୟାକ୍ସ ଫ୍ରି କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା ।