ପପ୍‌କର୍ଣ୍ଣର ଜିଏସଟି ବଢ଼ିଲା ନା କମିଲା? ସ୍ପଷ୍ଟୀକରଣ ଦେଲା ଜିଏସ୍‌ଟି ପରିଷଦ

Published By : Prameya-News7 Bureau | December 21, 2024 IST

ନୂଆଦିଲ୍ଲୀ: ଶନିବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ରାଜସ୍ଥାନରେ ବସିଥିବା ୫୫ତମ ଜିଏସ୍‌ଟି କାଉନ୍‌ସିଲ ବୈଠକରେ ବିଭିନ୍ନ ସାମଗ୍ରୀ ଉପରେ ଜିଏସ୍‌ଟି ରେଟ୍‌ରେ ପରିବର୍ତ୍ତନ ହୋଇଛି। ସବୁଠାରୁ ଚର୍ଚ୍ଚାର ବିଷୟ ହେଲା ପପ୍‌କର୍ଣ୍ଣ। ଏହା ଉପରେ ଜିଏସ୍‌ଟି ବଢ଼ିବ ବୋଲି ଆଲୋଚନା ହେଉଥିବା ବେଳେ କେନ୍ଦ୍ର ସରକାର ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି। 

ଯେପର୍ଯ୍ୟନ୍ତ ପପକର୍ଣ୍ଣ ଲୁଣିଆ ଥିବ, ସେପର୍ଯ୍ୟନ୍ତ ଏଥିରେ ପୂର୍ବପରି ୫ ପ୍ରତିଶତ ଟ୍ୟାକ୍ସ ଲାଗିବ। ସ୍ୱାଦ ମିଠା କଲେ ଏଥିରେ ଟ୍ୟାକ୍ସ ପରିବର୍ତ୍ତନ ହେବ ବୋଲି ଜିଏସ୍‌ଟି କାଉନସିଲ କହିଛି। ଏନେଇ ପରେ ଏକ ସ୍ପଷ୍ଟୀକରଣ ଜାରି କରାଯିବ ବୋଲି ପରିଷଦ ପକ୍ଷରୁ ପ୍ରତିକ୍ରିୟା ମିଳିଛି। 


ଶନିବାର କାଉନସିଲ କହିଛି ଯେ ପୂର୍ବରୁ ପ୍ୟାକ୍ ହୋଇଥିବା ଏବଂ ଲେବଲ୍ ଲାଗିଥିବା ରେଡି ଟୁ ଇଟ୍ ସ୍ନାକ୍ସ ପାଇଁ ୧୨% ଟିକସକୁ ଲାଗାଯାଉଛି। ପପକର୍ଣ୍ଣ ମିଠା ମିଶାଯିବ ତେବେ ଏଥିରେ ୧୮% ଜିଏସ୍‌ଟି ଆଦାୟ କରାଯିବ। ତେଣୁ ବର୍ତ୍ତମାନ ପପକର୍ଣ୍ଣ ପାଇଁ ଟିକସ ହାରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏବଂ ଜିଏସଟି ପରିଷଦ ନିଷ୍ପତ୍ତି ନେଇଛି କେନ୍ଦ୍ରୀୟ ପରୋକ୍ଷ କର ଏବଂ ସୀମା ଶୁଳ୍କ ବୋର୍ଡ(CBIC)ଟିକସ ବ୍ୟବସ୍ଥାକୁ ସ୍ପଷ୍ଟ କରି ଏକ ସର୍କୁଲାର ଜାରି କରିବ।

ଏ ନେଇ କାଉନସିଲ କହିଛି “ ପୂର୍ବରୁ ପ୍ୟାକ୍ ହୋଇ ନଥିବା କିମ୍ବା ଲେବଲ ଲାଗି ନଥିବା ନମକୀନ(ଲୁଣିଆ ଓ ହାଲୁକା ରାଗ) ବର୍ଗରେ ଥିବା ରେଡି ଟୁ ଇଟ ପପ୍‌କର୍ଣ୍ଣ ପାଇଁ ବର୍ତ୍ତମାନ ବର୍ତ୍ତମାନ ୫ ପ୍ରତିଶତ ଶୁଳ୍କ ଲାଗୁଛି। ତେବେ ପୂର୍ବରୁ ପ୍ୟାକ୍ ହୋଇ ଆସୁଥିବା ଓ ଲେବଲ ଲାଗୁଥିବା ପପକର୍ଣ୍ଣ ଉପରେ ୧୨ ପ୍ରତିଶତ ଶୁଳ୍କ ଲାଗୁଛି। ତେବେ ଯଦି ପପକର୍ଣ୍ଣରେ ଚିନି ମାଶାଯିବ ତେବେ ଏହାର କରରେ ପରିବର୍ତ୍ତନ କରାଯିବ। ଏଥିପାଇଁ ଏହାକୁ ଏଚଏସ ୧୭୦୪ ୯୦୯୦ରେ ବର୍ଗୀକରଣ କରାଯାଇ ଏଥିରେ ୧୮ ପ୍ରତିଶତ ଶୁଳ୍କ ଲଗାଯିବ।”

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.