ନୂଆଦିଲ୍ଲୀ: କ୍ଲାସିକ ଡିଜାଇନ ବେଶ୍ ଲୋକପ୍ରିୟ କାଓ୍ବାସାକୀ Z650RS ବାଇକ୍ । ଏକ ମଡର୍ଣ୍ଣ ଇଞ୍ଜିନ ସହ କ୍ଲାସିକ ଡିଜାଇନ ଗ୍ରାହକଙ୍କ ବେଶ୍ ପସନ୍ଦ ଯୋଗ୍ୟ ହୋଇଛି। ଆଉ ଏବେ ବାଇକର ନୂଆ ଅପଡେଟେଡ ଭର୍ସନ ଲଞ୍ଚ କରିଛି କମ୍ପାନି। ଭାରତୀୟ ମାର୍କେଟରେ ଲଞ୍ଚ ହୋଇଛି ୨୦୨୫ କାଓ୍ବାସାକି Z650RS। ତେବେ ନୂଆ ମଡେଲରେ ବିଶେଷ କିଛି ବଡ଼ ପରିବର୍ତ୍ତନ ହୋଇନଥିଲେବି ବାଇକକୁ ନୂଆ କଲର ଅପ୍ସନ ସହ ଲଞ୍ଚ କରାଯାଇଛି। ୭.୨୦ ଲକ୍ଷ ଟଙ୍କାର ଏକ୍ସ ଶୋରୁମ ମୂଲ୍ୟ ସହ ଲଞ୍ଚ ହୋଇଥିବା ଏହି ବାଇକ୍ରେ ଦେଖିବାକୁ ମିଳିବ ନୂଆ ଏଭୋନୀ କଲର। ଏହାର ପୂର୍ବ ମଡେଲ ୨୦୨୪ କାଓ୍ବାସାକି Z650RSକୁ ୬.୯୯ ଲକ୍ଷ ଟଙ୍କାର ଏକ୍ସ ଶୋରୁମ ମୂଲ୍ୟରେ ଲଞ୍ଚ କରାଯାଇଥିଲା। ତେବେ ଆସନ୍ତୁ ଜାଣିବା ବାଇକରେ କ’ଣ ରହିଛି ଫିଚର୍ସ...
ବାଇକରେ ଗୋଲ ଆକାରର ହେଡଲ୍ୟାମ୍ପ, ଡିଜିଟାଲ ଡିସପ୍ଲେ ସହ ଡୁଆଲ ଆନାଲଗ ଗେଜ, ଟିୟରଡ୍ରପର ଷ୍ଟାଇଲର ଫୁଏଲ ଟ୍ୟାଙ୍କ୍ ଏବଂ ପତଳା ଆକାରର ଟେଲ ସେକ୍ସନ ରହିଛି। ନୂଆ କଲର ସ୍କିମରେ ବ୍ଲାକ୍ ଏବଂ ଗୋଲ୍ଡର ମିଶ୍ରଣ ବ୍ୟବହାର କରାଯାଇଛି। ଇନ୍ଧନ ଟ୍ୟାଙ୍କ ଏବଂ ଟେଲରେ ଗୋଲ୍ଡ ଷ୍ଟ୍ରିପ ସହ ଗ୍ଲସି ବ୍ଲାକ୍ କଲରର ବ୍ୟବହାର କରାଯାଇଛି। ଏହା ସହ ଆଲୟ ହ୍ବିଲରେ ମଧ୍ୟ ଗୋଲ୍ଡ ଫିନିଶ ଦିଆଯାଇଛି। ଯାହା ବାଇକକୁ ବେଶ୍ ଆକର୍ଷଣୀୟ ଲୁକ୍ ଦେଉଛି।
ଅନ୍ୟାନ୍ୟ ଫିଚର୍ସ ବିଷୟରେ କହିଲେ ବାଇକରେ KTRS ଅର୍ଥାତ କାଓ୍ବାସାକୀ ଟ୍ରାକ୍ସନ କଣ୍ଟ୍ରୋଲ ସିଷ୍ଟମ ଦିଆଯାଇଛି। ଯାହା ମଡେଲକୁ ଅଧିକ ସୁରକ୍ଷିତ କରୁଛି। ବିଶେଷକରି ଯେତେବେଳେ ଓଦା ଏବଂ କାଦୁଆ ରାସ୍ତାରେ ଚଳାଇବାରେ ସୁବିଧା ଦେବ।
ବାଇକର ଇଞ୍ଜିନ ବିଷୟରେ କହିଲେ Z650RSରେ ପୂର୍ବଭଳି ୬୪୯ ସିସି ଲିକ୍ବିଡ କୁଲ୍ଡ, ପାରାଲାଲ ଟ୍ବିନ ଇଞ୍ଜିନ ରହିଛି । ଏହି ଇଞ୍ଜିନ କାଓ୍ବାସାକୀ ନିଞ୍ଜା ୬୫୦ ଏବଂ ଭର୍ସେସ ୬୫୦ ମଡେଲରେ ମଧ୍ୟ ରହିଛି। ଏହି ଇଞ୍ଜିନ ୮୦୦୦ ଆରପିଏମରେ ୬୭ ବିଏଚପିର ପାଓ୍ବାର ଏବଂ ୬,୭୦୦ RPMରେ ୬୪ nmର ପିକ ଟର୍କ ଦେଇଥାଏ। ମୋଟରସାଇକେଲ ୬ ସ୍ପିଡ ଟ୍ରାନ୍ସମିଶନ ସହ ରହିଛି, ଏଥିରେ ଆସିଷ୍ଟ ଏବଂ ଫ୍ଲିପ କ୍ଲଚ୍ ଫିଚର୍ସ ମଧ୍ୟ ରହିଛି। ବାଇକରେ ଟ୍ୟୁବୁଲାର ଡାଇମଣ୍ଡ ଫ୍ରେମର ବ୍ୟବହାର କରାଯାଇଥିବାବେଳେ ଆଗରେ ଟେଲିସ୍କୋପିକ ଫୋର୍କସ ଏବଂ ପଛରେ ମନୋଶକ ସସପେନସନ ସପୋର୍ଟ ରହିଛି।