ନୂଆଦିଲ୍ଲୀ ୦୧/୦୨: ଆୟକର ନେଇ ସରକାରଙ୍କ ବଡ ଘୋଷଣା । ଏଣିକି IT ରିଟର୍ଣ୍ଣ ଦାଖଲ ସମୟ ସୀମା ବୃଦ୍ଧି କରାଯାଇଛି । ଖାସ୍ କରି ତେବେ ମଧ୍ୟବିତ୍ତଙ୍କୁ ବଡ ଆଶ୍ୱସ୍ତି ଦେଲେ ସରକାର । ୧୨ ଲକ୍ଷ ପର୍ଯ୍ୟନ୍ତ କୌଣସି ଟ୍ୟାକ୍ସ ପଡିବନି ।
ସେହିପରି TCS ୭ ଲକ୍ଷରୁ ବଢାଯାଇ ୧୦ ଲକ୍ଷ କରାଗଲା । ୧୨ ଲକ୍ଷରୁ ୧୬ ଲକ୍ଷ ପର୍ଯ୍ୟନ୍ତ ୧୫ ପ୍ରତିଶତ ଦେବାକୁ ପଡିବ । ୧୬ ରୁ ୨୦ ଲକ୍ଷ ପର୍ଯ୍ୟନ୍ତ ୨୦ ପ୍ରତିଶତ ଦେବାକୁ ପଡିବ । ସେହିପରି ୨୦ ରୁ ୨୫ ଲକ୍ଷ ପର୍ଯ୍ୟନ୍ତ ୨୫ ପ୍ରତିଶତ ଦେବାକୁ ପଡିବ ।
ବଜେଟ୍ରେ ଚାଷୀଙ୍କ ପାଇଁ ବଡ ଘୋଷଣା,ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହି ବଡ଼ ଘୋଷଣା ପରେ, ମଧ୍ୟବିତ୍ତ ବର୍ଗଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ଯଦି ଜଣେ ବ୍ୟକ୍ତି ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି, ତେବେ ତାଙ୍କୁ ଗୋଟିଏ ଟଙ୍କା ମଧ୍ୟ ଟିକସ ଦେବାକୁ ପଡ଼ିବ ନାହିଁ। କିନ୍ତୁ ଯଦି ଏହା ୧୨ ଲକ୍ଷ ଟଙ୍କାରୁ ଗୋଟିଏ ଟଙ୍କା ଅଧିକ ହୁଏ, ତେବେ ଟିକସ ଦେବାକୁ ପଡିବ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ, ମଧ୍ୟବିତ୍ତ ବର୍ଗ ଭାରତର ମେରୁଦଣ୍ଡ । ସେମାନଙ୍କ ଯୋଗଦାନ ଅତୁଳନୀୟ । ସେମାନଙ୍କ ଯୋଗଦାନକୁ ଧ୍ୟାନରେ ରଖି ଆମେ ଆୟକରକୁ କମ କରିବାକୁ ଚେଷ୍ଟା । ୧୨ ଲକ୍ଷ ଆୟ ଉପରେ ଦେବାକୁ ପଡ଼ିବ ନାହିଁ କୌଣସି ଆୟକର ।