ରଥଯାତ୍ରା ଉପଲକ୍ଷେ ପ୍ରମେୟ ନ୍ୟୁଜ୍ ସେଭେନ ଡ଼ିଜିଟାଲର ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ବ୍ଲଗିଂ କରନ୍ତୁ, ଭିଡିଓ ପଠାନ୍ତୁ

Published By : Prameya-News7 Bureau | July 05, 2024 IST

ଭୁବନେଶ୍ୱର ୦୫/୦୭: ଦିନକ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥ ପସ୍ତୁତ, ପଥ ପ୍ରସ୍ତୁତ । ଏକାଠି ହେବେ ଭକ୍ତ ଓ ଭଗବାନ । ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ଡାହୁକ ଡାକରେ ଫାଟିଫଡିବ ପୂରା ପରିବେଶ । କାରଣ ରତ୍ନସିଂହାସନ ଛାଡି ଜନ୍ମବେଦୀକୁ ଯିବେ କାଳିଆସାଆନ୍ତ । ସଜେଇ ହୋଇଛି ମାଉସୀ ମାଆ ମନ୍ଦିର । ୯ ଦିନ ଧରି ଗୁଣ୍ଡିଚା ବାଡିରେ ଚାଲିବ ଲୀଳାଖେଳା । 

ଏଥିପାଇଁ ପୂରା ବଡଦାଣ୍ଡ ହୋଇପଡିବ ଲୋକାରଣ୍ୟ । ଏବେ ଅପେକ୍ଷା ସେଇ ଶୁଭ ମୂହୂର୍ତ୍ତକୁ । ଏନେଇ ବିଭିନ୍ନ ସ୍ଥାନରେ ଚାଲିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ପ୍ରମେୟ ନ୍ୟୁଜ୍ ସେଭେନ୍ ଡିଜିଟାଲ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାନ କରାଯାଉଛି । ବିଶେଷ କରି ଲୋକଙ୍କୁ ଆକୃଷ୍ଟ କରିବାକୁ ନିଆରା କାର୍ଯ୍ୟକ୍ରମ କରାଯାଇଛି । ପ୍ରମେୟ ନ୍ୟୁଜ୍ ସେଭେନ ଡିଜିଟାଲ୍ ନେଇଆସିଛି ଆପଣମାନଙ୍କ ପାଇଁ ଅନନ୍ୟ ବ୍ଲଗିଙ୍ଗ ପ୍ରତିଯୋଗିତା 'ମୋ କ୍ୟାମେରାରେ କାଳିଆ' । 

ଯଦି ଆପଣ ବ୍ଲଗର ହୋଇ ବିଜେତା ହେବାକୁ ଚାହୁଁଛନ୍ତି ଓ ଆକର୍ଷଣୀୟ ପୁରସ୍କାର ଜିତିବାକୁ ଚାହୁଁଛନ୍ତି ତେବେ  www.prameyanews7.comରେ ଲଗ୍‌ ଇନ୍ କରନ୍ତୁ । ତେବେ ଏଥିପାଇଁ ରହିଛି ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ । ଆପଣଙ୍କ ବ୍ଲଗ୍‌ ୧ ମିନିଟ୍‌ର ହୋଇଥିବ ଏହାକୁ ସୁନିଶ୍ଚିତ କରନ୍ତୁ ଏବଂ ଏଥିରେ କୌଣସି ପୃଷ୍ଠଭୂମି (ବିଜିଏମ୍‌) ସଙ୍ଗୀତ ନ ଥିବ । ସୃଜନଶୀଳତା, ନବୀନତା ଏବଂ ଆପଣଙ୍କ ହୃଦୟସ୍ପର୍ଶୀ ଭକ୍ତି ଉପରେ ଧ୍ୟାନ ଦିଅନ୍ତୁ । 

ତେବେ ପ୍ରତିଯୋଗିତା ଦିଗ ନିର୍ଦ୍ଦେଶାବଳୀକୁ ଅନୁସରଣ କରି ୧ ମିନିଟ୍‌ର ବ୍ଲଗ୍‌ ରେକର୍ଡ କରନ୍ତୁ । ଦିଆଯାଇଥିବା ହ୍ୱାଟ୍‌ସଆପ୍‌ ନମ୍ବର : ୯୧-୭୦୭୭୭୦୫୪୩୦ରେ ଆପଣଙ୍କ ଭିଡିଓ ଅପଲୋଡ୍‌ କରନ୍ତୁ । ଏହାପରେ ଆମେ ୧୫ ଜୁଲାଇ, ୨୦୨୪ଠାରୁ ଆମ ପ୍ଲାଟ୍‌ଫର୍ମରେ ଗ୍ରହଣ କରାଯାଇଥିବା ବ୍ଲଗଗୁଡ଼ିକର ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ କରିବୁ । ଉପଯୁକ୍ତ ଭିଡିଓଗୁଡ଼ିକର ପ୍ରସାରଣ ୧୫-୨୦ ଜୁଲାଇ, ୨୦୨୪ଠାରୁ କରାଯିବ ଏବଂ ଗ୍ରହଣ କରାଯାଇଥିବା ସମସ୍ତ ବ୍ଲଗକୁ ୨୨ ଜୁଲାଇ ସୁଦ୍ଧା ପ୍ରସାରଣ କରାଯିବ । 

ସମସ୍ତ ଭିଡିଓ ପୋଷ୍ଟ ହେବାର ୧୦ ଦିନ ସମୟ ଅବଧି ମଧ୍ୟରେ ସ୍କ୍ରିନ୍‌ ଫଳାଫଳ (ଲାଇକ୍‌, ଶେୟାର, ଭ୍ୟୁଜ୍‌) ଦ୍ୱାରା ସମସ୍ତ ଭିଡିଓର ପ୍ରଦର୍ଶନ ବିଚାରକୁ ନିଆଯିବ । ଅଗଷ୍ଟ ୩ ତାରିଖ ସୁଦ୍ଧା ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯିବ । ପରେ ୫ ଅଗଷ୍ଟ ଦିନ ପୁରସ୍କାର ପ୍ରଦାନ ନିମନ୍ତେ ବିଜେତାଙ୍କୁ ଯୋଗାଯୋଗ କରାଯିବ । 
ପ୍ରଥମ ୧୦ ବିଜେତାଙ୍କୁ : ମୋବାଇଲ୍‌ ଫୋନ୍‌, ଗିଫ୍ଟ୍‌ ଭାଉଚର ଏବଂ ବିଶେଷ ଉପହାର ଭଳି ଆକର୍ଷଣୀୟ ପୁରସ୍କାର ରହିଛି । ୨୦ ଉପବିଜେତାଙ୍କୁ ଉଲ୍ଲେଖନୀୟ ପ୍ରବେଶିକା ପାଇଁ ସ୍ୱୀକୃତି ଏବଂ ଆକର୍ଷଣୀୟ ଉପହାର ଦିଆଯିବ । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଆପଣଙ୍କ ଗଭୀର ଭକ୍ତିର ନିଦର୍ଶନ ଏବଂ ଆପଣଙ୍କ ସୃଜନଶୀଳତାକୁ ବ୍ୟାପକ ଦର୍ଶକଙ୍କ ନିକଟରେ ପହଞ୍ଚାଇବାକୁ ଏହି ଅଦ୍ଭୁତ ସୁଯୋଗର ହାତଛଡ଼ା କରନ୍ତୁ ନାହିଁ । ରଥଯାତ୍ରାର ଭାବଧାରା ସହିତ ଆପଣଙ୍କ ବ୍ଲଗ୍‌ ଦର୍ଶକଙ୍କୁ ପ୍ରେରିତ ଏବଂ ମନ୍ତ୍ରମୁଗ୍ଧ କରୁ । ସଦ୍ୟତମ ସୂଚନା ଏବଂ ସବିଶେଷ ବିବରଣୀ ନିମନ୍ତେ ଆମର ଡିଜିଟାଲ୍‌ ପ୍ଲାଟଫର୍ମ ପ୍ରମେୟ ନ୍ୟୁଜ-୭ ସହିତ ଯୋଡ଼ିହୋଇ ରୁହନ୍ତୁ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.