ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ଯୁବକ ମୃତ

Published By : Prameya-News7 Bureau | July 08, 2024 IST

ବାଲିପାଟଣା ୮/୭:ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ସରିପୁର ନିକଟରେ ଗଛରେ ପିଟିହେଲା ବାଇକ,ଜଣେ ମୃତ । ମୃତକ ସାହେବ ନଗର ଗାଁର ବାବୁ । ସେ ପଲ୍‌ସର ବାଇକରେ ବାଲିପାଟଣା ଆସୁଥିବାବେଳେ ସରିପୁର ନିକଟରେ ବାଇକଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା । ବାବୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ତାଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.