ଶରଧାବାଲିରେ ଲାଗିଲା ତିନିରଥ, ଜନ୍ମବେଦୀରେ ଚାଲିବ ଲୀଳାଖେଳା

Published By : Prameya-News7 Bureau | July 08, 2024 IST

ପୁରୀ ୦୮/୦୭: ରଥ ପଥ ସବୁ ଜଗନ୍ନାଥ । ଶରଧାବାଲିରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିଲା ୩ ରଥ । ଘଣ୍ଟ ଘଣ୍ଟା ହରିବୋଲରେ କମ୍ପିଲା ପୂରା ପରିବେଶ । ଆସନ୍ତାକାଲି ଜନ୍ମ ବେଦୀ ଆଡପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତୀ । ଯାହାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଭକ୍ତ । 

ସୂଚନା ଥାଉକି, ପ୍ରଥମେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଥିଲା  ତାଳଧ୍ୱଜ ରଥ । ୧୨ଟା ୪୪ ରେ ଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ସମ୍ମୁଖରେ ଲାଗିଲା ତାଳଧ୍ୱଜ ରଥ । ଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ସମ୍ମୁଖରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ। । ସେହିଭଳି ଦିନ ୧ଟା ୪୧ ମିନିଟରେ ଲାଗିଥିଲା ଦର୍ପଦଳନ ରଥ । 

ଏହାପରେ ଝୁଲି ଝୁଲି ଆସିଥିଲେ ନନ୍ଦିଘୋଷ ରଥ । ଥିରି ଥିରି ଭକ୍ତଙ୍ଗ ଗହଣରେ ଆସିଥିଲେ କୋଟି ଓଡିଆର ମଉଡମଣୀ । ସକାଳୁ ତିନି ରଥରେ ଆଜି ସକାଳ ୭ଟା ୩୫ ରୁ ୮ ଟା ମଧ୍ୟରେ ମଙ୍ଗଳ ଆଳତି, ଅବକାଶ ଓ ବେଶ ଶେଷ ପରେ ୯ଟା ୨୦ ରେ ଆରମ୍ଭ ହୋଇଥଲା ରଥଟଣା। ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ଶ୍ରୀକ୍ଷେତ୍ରରେ । 

ରବିବାର ବଡଦାଣ୍ଡରେ ଅଟକି ରହିଥିବା ୩ ରଥକୁ ଆଜି ପୁଣି ଟାଣି ଟାଣି ଆଣିଥିଲେ ଶ୍ରଦ୍ଧାଳୁ । ଲକ୍ଷ ଲକ୍ଷ ଲୋକ ତିନି ରଥକୁ ଟାଣିନେଇଥିଲେ ବଡଦାଣ୍ଡରେ । ଘଣ୍ଟ ଘଣ୍ଟା ବାଦ ଧ୍ୱନିରେ ପ୍ରକମ୍ପିତ ହୋଇପଡିଛି ପରିବେଶ । ଘୋଷଯାତ୍ରାରେ ଦ୍ୱିତୀୟ ଦିନରେ ବି ଲୋକାରଣ୍ୟ ହୋଇପଡିଛି ଶ୍ରୀକ୍ଷେତ୍ର ପୁରୀ । ଭକ୍ତି ଓ ଭାବରେ ଭିଜୁଛି ଶ୍ରୀକ୍ଷେତ୍ର । ପୁରୀରେ ଦେଶ ତଥା ବିଦେଶରୁ ଭକ୍ତଙ୍କ ସମାଗମ ହୋଇଛି । ସିଂହଦ୍ୱାର ଠାରୁ ମାତ୍ର ଅଳ୍ପ ଦୂର ଯାଇ ଅଟକିଯାଇଥିଲେ କାଳିଆ ସାଆନ୍ତ । 

ସେହିଭଳି ରାଜନଅର ସମ୍ମୁଖରେ ଅଟକିଥିଲା  ସୁଭଦ୍ରାଙ୍କ ଦର୍ପଦଳନ। ଏହାସହ ମରିଚିକୋଟ ଛକରେ ଅଟକି ରହିଥିଛି ବଳଭଦ୍ରଙ୍କ ତାଳଧ୍ୱଜ ରଥ । ହେଲେ ସୋମବାର ସକାଳୁ ସକାଳୁ ସମସ୍ତ ନୀତିକାନ୍ତ ପରେ ଚାଲିଛି ରଥଟଣା । କହିବାକୁ ଗଲେ ୫ ଦଶନ୍ଧି ପରେ ଏଥର ଏକାଦିନେ ନବଯୌବନ, ନେତ୍ରୋତ୍ସବ ଓ ରଥଯାତ୍ରା ଭଳି ବିରଳ ସଂଯୋଗ ପଡୁଥିବାରୁ ଏଥର ଦୁଇଦିନିଆ ରଥଟଣା ହୋଇଛି । 

  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.