ବିନା ବହିରେ ଶିଖିବାର ନୂଆ ଟ୍ରିକ୍,ପିଲାଙ୍କୁ ପଢାଉଛି ଗ୍ରାମାର ଗାର୍ଡେନ

Published By : Prameya-News7 Bureau | October 06, 2024 IST

କୋରାପୁଟ ୬/୧୦: ପାଠ ପଢିବା ପାଇଁ ଦରକାର ନାହିଁ ବହି । ବିନା ଟେନସନରେ ହସି ଖେଳି ମଜା ମସ୍ତି କରି ଆମେ ପାଠ ପଢିପାରିବା । ସତରେ ଏମିତି କଣ ସମ୍ଭବ । ଏ ଭିଜୁଆଲ ଦେଖିଲେ ଆପଣ ବି କହିବେ ସତରେ…  ଖେଳି ବୁଲି ବି ପାଠ ପଢି ହେଉଛି । ବିନା ବହିରେ ପାଠ ପଢିବାର ନୂଆ ଫର୍ମୁଲା ଟିକେ ଦେଖନ୍ତୁ । ପଥର ପଢାଉଛି ପାଠ । ମାନେ ପଥରରେ ଲେଖାହୋଇଛି ଇଂରାଜୀ ବ୍ୟାକରଣର ଫର୍ମୁଲା । ଗଛ ଓ ପତ୍ରରେ ଲେଖାଯାଇଛି ସରଳ ସୂତ୍ର । ଗ୍ରାମାର ହ୍ବିଲ ବି ପିଲାଙ୍କୁ ଦେଉଛି ଶିକ୍ଷା । ଯୁଆଡେ ଆଖି ବୁଲାଇବେ ପିଲାଏ ପାଠପଢାରେ ବ୍ୟସ୍ତ ।ଏମିତି ନିଆରା ଗ୍ରାମାର ଗାର୍ଡେନ ଅଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ସ୍ଥିତ ନୂଆଗାଁ  ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର । 

ପିଲାଙ୍କ ପାଠପଢାକୁ ସରଳ କରିବା ପାଇଁ ଏମିତି ନୂଆ ଟ୍ରିକ ଆପଣାଇଛନ୍ତି ଟିଜିଟି ଆର୍ଟସ ଶିକ୍ଷକ ଏନ୍‌.ରାଜେଶ କୁମାର । ଗ୍ରାମାର ଗାର୍ଡେନରେ ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ଇଂରାଜୀ ଗ୍ରାମାର ଗୁଡିକୁ ସହଜ ଓ ସରଳ ଉପାୟରେ ଦର୍ଶାଯାଇଛି । ପିଲାମାନେ ପାର୍କରେ ବସି ବ୍ୟାକରଣର ସହଜ ସୂତ୍ର ଖୋଜି ପାଉଛନ୍ତି । ଭାଷା ଶିକ୍ଷଣରେ ବ୍ୟାକରଣ, ଗ୍ରାମାରର ଗୁରୁତ୍ବ ତଥା ଇଂରାଜୀ ପ୍ରତି ପିଲାଙ୍କ ଭୟ ଦୂର କରିବାରେ ବେଶ ସହାୟକ ହେଉଛି ଗ୍ରାମାର ଗାର୍ଡେନ ।


ଏହା ଦ୍ବାରା ପିଲାଙ୍କ ଗ୍ରାମାର ଫଣ୍ଡାମେଣ୍ଟାଲ ମଧ୍ୟ ସୁଦୃଢ ହୋଇପାରୁଛି ।ପିଲାମାନେ କେବଳ ଭଲ ଇଂରାଜୀ ଶିଖିଲେ ତ ହେବନି । ପିଲାଙ୍କୁ ଭଲ ଅଭ୍ୟାସରେ ପକାଇବାକୁ ଲଟେରୀ ଟୋକନ ବ୍ୟବସ୍ଥା କରାଯାଇଛି । ପ୍ରତିଦିନ ସ୍କୁଲରେ ପ୍ରାର୍ଥନ ପରେ ୧ରୁ ୯୦ ଲେଖାଥିବା ଟୋକନ ବକ୍ସ ଖୋଲାଯାଏ । ଯାହା ଭାଗରେ ଯାହା ପଡିବ ସେହି ଅନୁସାରେ ପିଲାମାନେ କାମ କରିବେ । ଯେମିତିକି ମୁଁ ଆଜି ରାତି ୧୨ଟା ଯାଏ ପାଠ ପଢିବି । ସ୍କୁଲରେ ବୁଲି ବୁଲି ପାଣି ସଂଚୟ କରିବି।ଏମିତି ଅନେକ ଗୁଡ ହାବିଟ ପିଲାମାନେ ପିଲାମାନେ ପାଳନ କରିବାକୁ ଚେଷ୍ଟା କରୁଛନ୍ତି ।ରାଜେଶ ସାରଙ୍କ ଏପରି ନିଆରା ଉଦ୍ୟମ ପାଇଁ ସବୁଠି ତାଙ୍କୁ ପ୍ରଶଂସା କରାଯାଉଛି । ହର୍ବାଲ ଗାର୍ଡେନ,କିଚେନ ଗାର୍ଡେନ ଓ ଫ୍ଲାୱାର ଗାର୍ଡେନ ବିଷୟରେ ସମସ୍ତେ ଶୁଣିଥିବେ । ହେଲେ ଗ୍ରାମାର ଗାର୍ଡେନ ଯେତିକି ନିଆରା ସେତିକି ଶିକ୍ଷଣୀୟ ।ପିଲାଙ୍କ ମନରୁ ଇଂରାଜୀ ଭାଷା ପ୍ରତି ଭୟ ଦୂର କରାଇବା ସହ ସେଥିରେ ଦକ୍ଷ କରାଇବାକୁ ରାଜେଶ ସାରଙ୍କ ଉଦ୍ୟମ ସତରେ ପ୍ରଶଂସନୀୟ । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.