ଭୁବନେଶ୍ଵର: ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ବଜେଟ୍ ୨୦୨୪-୨୫ ଆଗତ କରିଛନ୍ତି। ମୋଟ୍ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରାଯାଇଛି। ୨୦୨୩-୨୪ ତୁଳନାରେ ବଜେଟ୍ ପରିମାଣ ୧୫ ପ୍ରତିଶତ ଅଧିକ ରହିଛି। ଏଥର ବଜେଟ୍ରେ କୃଷି କ୍ଷେତ୍ରକୁ ଅଧିକ ଗୁରୁତ୍ଵ ଦିଆଯାଇଛି ଏବଂ ବଜେଟ୍ ଆକାର ମଧ୍ୟ ବଢିଛି। ଏଥିରେ କେନ୍ଦ୍ରୀୟ ଅନୁଦାନ ଗତ ବର୍ଷ କୃଷି ବଜେଟ୍ ଥିଲା ୨୪ ହଜାର ୮୨୯ କୋଟି ଟଙ୍କା। ଚଳିତ ବର୍ଷ କୃଷି ବଜେଟ୍ ପରିମାଣ ୩୩ ହଜାର ୯୧୯ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।
ବଜେଟ୍ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଆମ ଉପରେ ରହିଛି । ଆମ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ଏବଂ ଗତିଶୀଳ ମୂଳ ମନ୍ତ୍ର ସବକା ସାଥ୍, ସବକା ବିକାଶ ଏବଂ ସବକା ବିଶ୍ୱାସରେ ବିଶ୍ୱାସ କରେ । ସାମାଜିକ ଅର୍ନ୍ତଭୂକ୍ତିକରଣ ସହ ରାଜ୍ୟର ସମସ୍ତ ଅଞ୍ଚଳର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେବୁ । ପ୍ରଧାନମନ୍ତ୍ରୀ ସର୍ବଦା ଚାରୋଟି ବର୍ଗ, ମହିଳା, ଗରିବ, ଯୁବ ଏବଂ ଅନ୍ନଦାତାଙ୍କୁ ପ୍ରଥମିକତା ଦେଇ ଆସୁଛନ୍ତି । ସେମାନଙ୍କ ସଶକ୍ତିକରଣ ଆମର ଗୁରୁତ୍ୱ । ସମସ୍ତ ଯୋଗ୍ୟ ଲୋକଙ୍କୁ ସୁବିଧା ସୁଯୋଗ ନିଶ୍ଚିତ ପ୍ରଧାନ ପାଇଁ ସ୍ୱଚ୍ଛତା ଅବଲମ୍ୱନ କରାଯିବ । ଉପଲବ୍ଧ ସମ୍ୱଳକୁ ନିରପେକ୍ଷ ଭାବେ ବଣ୍ଟନ କରାଯିବ, ଏଥିରେ କୌଣସି ତାରତମ୍ୟ ରହିବ ନାହିଁ । ସମସ୍ତଙ୍କ ପାଇଁ ସମୃଦ୍ଧିର ପ୍ରତିଶ୍ରୁତି ଦେଉଥିବା ସାମଗ୍ରିତ ବିକାଶ ପ୍ରତି ଆମ ସଂକଳ୍ପ ଯୋଗୁଁ ଓଡ଼ିଶାବାସୀ ଆମ ଉପରେ ବିଶ୍ୱାସ କରିଛନ୍ତି । ପ୍ରଶାସନ ଏବଂ ଜନସଧାରଣ ମଧ୍ୟରେ ସୃଷ୍ଟି ହୋଇଥିବା ଦୂରତ୍ୱକୁ ହଟାଇ ଆମ ସରକାର ସଠିକ୍ ଉଦ୍ୟମ ଆରମ୍ଭ କରିଛନ୍ତି । ଓଡ଼ିଶାର ଅପାର ସୁଯୋଗକୁ ଉପଯୋଗ କରି ଏକ ବିକଶିତ ଭାରତ ଗଠନ ଆମର ଲକ୍ଷ୍ୟ ।
ସଂକ୍ଷେପରେ ୨୦୨୪-୨୫ ବଜେଟ୍
ବଜେଟ୍ ଆକାର- ୨.୬୫ ଲକ୍ଷ କୋଟି
ରାଜ୍ୟର ମୋଟ୍ ଘରୋଇ ଉତ୍ପାଦନର ୨୮.୬ ପ୍ରତିଶତ
୨୦୨୩-୨୪ ବଜେଟ୍ ଅପେକ୍ଷାରେ ୧୫ ପ୍ରତିଶତ ଅଧିକ
କାର୍ଯ୍ୟକ୍ରମ ବ୍ୟୟ- ୧.୫୫ ଲକ୍ଷ କୋଟି ଟଙ୍କା
ମୋଟ୍ ବଜେଟ୍ ଆକଳନ ୫୮.୫ %
୨୦୨୩ ବଜେଟ୍ ଠାରୁ ୨୪% ଅଧିକ
ପୁଞ୍ଜି ବିନିଯୋଗ- ୫୮,୧୯୫ କୋଟି ଟଙ୍କା
ରାଜ୍ୟର ମୋଟ୍ ଘରୋଇ ଉତ୍ପାଦନର ୬.୩ %
ମୋଟ୍ ବଜେଟର ୧୧ %
ସାମାଜିକ କ୍ଷେତ୍ର- ୧, ୧୦, ୨୪୭ କୋଟି ଟଙ୍କା
ବଜେଟ୍ର ୪୨%
ଆର୍ଥିକ କ୍ଷେତ୍ର- ୮୪,୧୩୫ କୋଟି ଟ୮୍କା
ଉନ୍ନୟନ ମୂଳକ ବ୍ୟୟ- ୧,୯୪,୩୮୨ କୋଟି ଟଙ୍କା
ବଜେଟର ୭୩ %
ରାଜସ୍ଵ ବଳକା- ୨୭, ୪୩୬ କୋଟି ଟଙ୍କା
ରାଜ୍ୟର ମୋଟ୍ ଘରୋଇ ଉତ୍ପାଦନର ୨.୯୭ %
ବିତ୍ତୀୟ ନିୟଣ୍ଟ- ୩୨,୪୦୩ କୋଟି ଟଙ୍କା
ରାଜ୍ୟର ମୋଟ୍ ଘରୋଇ ଉତ୍ପାଦନର ୩.୫%
ଋଣଭାର- ୧,୨୫, ୫୫୦ କୋଟି ଟଙ୍କା
ରାଜ୍ୟର ସକଳ ଘରୋଇ ଉତ୍ପାଦନର ୧୩.୫୨ %