ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜା ଓ ମନ୍ଦିର ପ୍ରଶାସନ ନିଷ୍ପତ୍ତିକୁ ସମର୍ଥନ କରିବେ ରାଜ୍ୟ ସରକାର : ଆଇନ ମନ୍ତ୍ରୀ

Published By : Prameya-News7 Bureau | November 05, 2024 IST

ଭୁବନେଶ୍ବର ୫।୧୧: ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜା ଓ ମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ସମର୍ଥନ କରିବେ ରାଜ୍ୟ ସରକାର । ଏଭଳି ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଆମେ ଜଗନ୍ନାଥ ସଂସ୍କୃତିକୁ ନଷ୍ଟ ହେବାକୁ ଦେବୁ ନାହିଁ । ଶ୍ରୀ ଜଗନ୍ନାଥଙ୍କର ସ୍ଵତନ୍ତ୍ର ନୀତିକାନ୍ତି ଓ ପରମ୍ପରା ରହିଛି । ମାତ୍ର ବିଶ୍ଵର ଭିନ୍ନ ଭିନ୍ନ ସ୍ଥାନରେ ଅଦିନିଆ ରଥଯାତ୍ରା ଜଗନ୍ନାଥ ପ୍ରେମୀଙ୍କୁ ବାଧୁଛି । ଯାହାକୁ ନେଇ ଉଦବେଗ ପ୍ରକାଶ ପାଇଛି । ଯେଉଁଭଳି ଭାବରେ ସ୍ନାନ ଯାତ୍ରାକୁ ଇସ୍କନ କର୍ତ୍ତୃପକ୍ଷ ବନ୍ଦ କରିଛନ୍ତି ସେହିଭଳି ଅଦିନିଆ ରଥଯାତ୍ରାକୁ ବନ୍ଦ କରିବା ନେଇ ଆମେ ଆଲୋଚନା କରିବୁ । ନଚେତ୍ ଗଜପତି ମହାରାଜା ଓ ମନ୍ଦିର ପ୍ରଶାସନର ନିଷ୍ପତ୍ତିରେ ଆମେ ସମ୍ପୂର୍ଣ୍ଣ ସହଯୋଗ କରିବୁ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । 


You Can Read:

ସାମ୍ବାଦିକଙ୍କୁ ବିଡିଓଙ୍କ ଆକ୍ରମଣ ମାମଲାରେ ଆକ୍ସନ : ବଦଳିଲେ ଥାନା ଅଧିକାରୀ, କାର୍ଯ୍ୟାଳୟରେ ଅନୁପସ୍ଥିତ ବିଡ଼ିଓ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.