ଭଦ୍ରକ ୧୭।୧୧ : ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ । ମନମୁଖୀ କାର୍ଯ୍ୟ ଲାଗି ଅନେକ ହଇରାଣ ହେଉଛନ୍ତି । ଯାହାକୁ ଭଦ୍ରକ ଜିଲ୍ଲା ଶ୍ରମିକ ସଂଘ ସମନ୍ୱୟ ସମିତି ପକ୍ଷରୁ ଗଣଧାରଣା ସହ ପ୍ରତିବାଦ କରାଯାଇଛି । ଶ୍ରମି ଅଧିକାରୀଙ୍କ ବଦଳି ଦାବିରେ ୧୮ ତାରିଖୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ମଧ୍ୟ ଦେଇଛି ସଂଘ ।
ଶ୍ରମିକ ସଂଘ ସମନ୍ୱୟ ସମିତି ପକ୍ଷରୁ ଏକା ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିଲା । ଯେଉଁଥିରେ ସଂଘର ଜିଲ୍ଲା ସଭାପତି ବିଭୂତି ଭୂଷଣ ପାଣିଗ୍ରାହୀ, ଭାରତୀୟ ମଜଦୁର ସଂଘ ଜିଲ୍ଲା ସଭାପତି ମନୋଜ ବସନ୍ତ ରାୟ, ରାଜ୍ୟ ସଂଗଠନ ସମ୍ପାଦକ ନାରାୟଣ ନାୟକ ପ୍ରମୁଖ ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଜିଲ୍ଲା ଶ୍ରମ ଅଧିକାରୀଙ୍କ ମନମୁଖୀ ନୀତି ଲାଗି ନୂଆ ଶ୍ରମିକ କାର୍ଡ ହୋଇପାରୁନାହିଁ କି ପୁରୁଣା କାର୍ଡକୁ ରିନୁଆଲ୍ ହେଉନାହିଁ । କେବଳ ସେତିକି ନୁହେଁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ହଜାର ହଜାର ସଂଖ୍ୟାରେ ଶିକ୍ଷା, ବିବାହ, ମୃତ୍ୟୁ ସହାୟତା ଆଦି ପାଇଁ ଆବେଦନ ପତ୍ର ଆସୁଛି । ହେଲେ ଏହା ମାସ ମାସ ପଡିରହୁଛି । ଏସବୁ କେହି ପଞ୍ଜିକରଣ କରୁନାହାନ୍ତି କି ମଞ୍ଜୁର ବି ହେଉନି । ଏହିପରି ଭାବେ ଅନେକ ସମସ୍ୟା ଭୋଗୁଛନ୍ତି ସାଧାରଣ ଲୋକ । ଭଦ୍ରକ ଜିଲ୍ଲାପାଳ ଏପରି ଖବର ଜାଣି ତୁରନ୍ତ ସମସ୍ୟ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ତାପରେ ବି କୌଣସି ସମସ୍ୟାର ସମାଧାନ ହୋଇନାହିଁ । ଆଗାମୀ ଦିନରେ ଏହି ସମସ୍ୟାର ଯଦି ସମାଧନ ଏବଂ ଶ୍ରମ ଅଧିକାରୀଙ୍କ ବଦଳି ନକରାଯାଉଛି ।ତେବେ ଆସନ୍ତା ୧୮ ତାରିଖ ଠାରୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘ ଚେତାବନୀ ଦେଇଛି ।