ଭଦ୍ରକ ୧୯।୧୧: ଭଦ୍ରକ ଜିଲ୍ଲାରେ ଦିନକୁ ଦିନ ବଢୁଛି ଶ୍ରମିକଙ୍କ ସମସ୍ୟା । ଶ୍ରମିକଙ୍କ କାର୍ଡ ସମ୍ବନ୍ଧୀୟ ସମସ୍ୟାକୁ ନେଇ ଅନେକ ଶ୍ରମିକ ସଂଘ ମୁହାଁମୁହିଁ ହେଲେଣି । କେତେକ ସଂଘ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ବିରୋଧ କରୁଥିବା ବେଳେ କେତେକ ସଂଘ ଶ୍ରମ ଅଧିକାରୀଙ୍କ ସପକ୍ଷରେ ଅଛନ୍ତି ।
ଭଦ୍ରକ ଜିଲ୍ଲାର ଲୋକନାଥ ଶ୍ରମିକ କଲ୍ୟାଣ ସଂଘ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ଶ୍ରମିକ ମାନଙ୍କର କାର୍ଡ ଯାଞ୍ଚ ଦାବି କରିଛି । କେତେକ କ୍ଷେତ୍ରରେ ଶ୍ରମିକ ମାନେ ସଠିକ ଭାବେ ଯୋଜନା ଅନୁଯାୟୀ ସହାୟତା ପାଉଥିବା ବେଳେ ଅନେକ କ୍ଷେତ୍ର ଠିକ୍ ଲୋକଙ୍କ ବଦଳରେ ଭୁଲ ଲୋକ ଶ୍ରମିକ କାର୍ଡ ହାତେଇଥିବା ଅଭିଯୋଗ ଆଣିଛି ସଂଘ । ତେବେ ଜିଲ୍ଲାର ଶ୍ରମିକ କାର୍ଡ ଯାଞ୍ଚର ଆବଶ୍ୟକତା ରହିଛି । ଯାଞ୍ଚ ପରେ ଯଦି ଜିଲ୍ଲା ଶ୍ରମ ଅଧିକାରୀ ଦାୟୀ ତେବେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସଂଘ କହିଛି । ଯାଞ୍ଚ ପୂର୍ବରୁ ଶ୍ରମ ଅଧିକାରୀଙ୍କୁ ବଦଳି କଲେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେବ ବୋଲି ସଂଘ କହିଛି ।
You Can Read:
ବସଷ୍ଟାଣ୍ଡ ନିର୍ମାଣ ଦାବି ନେଇ ବିଶାଳ ଜନ ଆନ୍ଦୋଳନ, ପ୍ରଶାସନ ଅବହେଳାରୁ ନିର୍ମାଣ ହୋଇ ପାରୁନଥିବା ଅଭିଯୋଗ