ନୂଆଦିଲ୍ଲୀ: ରାଜଧାନୀରେ ଭୂମିକମ୍ପ ଝଟକା । ଦିଲ୍ଲୀ ସମେତ ଏନସିଆରରେ ଭୂ-କମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ରେକର୍ଡ କରାଯାଇଛି । ଭୂମିକମ୍ପ ଝଟକା ଏତେ ଶକ୍ତିଶାଳୀ ଥିଲା ଯେ, ଘରର ସମସ୍ତ ଆସବାବପତ୍ର ଦୋହଲିବାକୁ ଲାଗିଥିଲା । ଭୟରେ ଲୋକମାନେ ଘରୁ ବାହାରକୁ ଚାଲିଆସିଥିଲା ।
#Earthquake (#भूकंप) possibly felt 10 min 20 sec ago in #India. Felt it? Tell us via:
— EMSC (@LastQuake) February 17, 2025
📱https://t.co/QMSpuj6Z2H
🌐https://t.co/AXvOM7I4Th
🖥https://t.co/wPtMW5ND1t
⚠ Automatic crowdsourced detection, not seismically verified yet. More info soon! pic.twitter.com/XfhY870ueI
ନ୍ୟାସନାଲ ସେଣ୍ଟର ଅଫ୍ ସିସ୍ମୋଲଜି ମୁତାବକ, ସୋମବାର ଭୋର ପ୍ରାୟ ୫ଟା ୩୬ମିନିଟରେ ଭୂମିକମ୍ପ ଝଟକା ଲାଗିଥିଲା । ରାଜଧାନୀ ଦିଲ୍ଲୀ-ଏନସିଆର ସମେତ, ଉତ୍ତର ପ୍ରଦେଶର କିଛି ସହର ତଥା ମୁରୁଦାବାଦ, ସାହାରନପୁର, ମଥୁରା, ଆଗ୍ରା ଆଦି ଆଞ୍ଚଳ ଥରି ଉଠିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ରେକର୍ଡ କରାଯାଇଥିବା ବେଳେ ଏହାର କେନ୍ଦ୍ରସ୍ଥଳି ଭୂ-ପୃଷ୍ଠରୁ ୫ କିଲୋମିଟର ଗଭୀରରେ ରହିଛି । ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହେବା ଫଳରେ ଭୟଭୀତ ହୋଇଯାଇଥିଲେ ଲୋକେ । ଭୂକମ୍ପ ପରେ ସରକାରଙ୍କ ପକ୍ଷରୁ ତରନ୍ତ ଜରୁରୀକାଳୀନ ୧୧୨ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି । ଲୋକଙ୍କୁ ଭୟଭୀତ ନହେବା ପାଇଁ ପରାମର୍ଶ ଦିଆଯାଇଛି । ୨୦୧୫ରେ ବି ଦିଲ୍ଲାରେ ଭୂମିକମ୍ପ ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୩.୩ । ଦିଲ୍ଲୀ-ଏନସିଆର ସମେତ ପୋଡିଶୀ ରାଜ୍ୟରେ ମଧ୍ୟ ଅନୁଭୂତ ହୋଇଥିଲା ।
ଭୂମିକମ୍ପକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ଚିନ୍ତାବ୍ୟକ୍ତ କରିଛନ୍ତି । ସେ ରାଜଧାନୀବାସୀଙ୍କ ସମେତ ପଡୋଶୀ ରାଜ୍ୟର ଲୋକଙ୍କୁ ଶାନ୍ତି ଏବଂ ସତର୍କ ରହିବାକୁ କହିଛନ୍ତି । ପ୍ରଶାସନ ପକ୍ଷରୁ ଜାରି ହୋଇଥିଲା ଅଧିସୂଚନାକୁ ଅନୁପାଳନ ପାଇଁ କହିଥନ୍ତି । ଅନ୍ୟପଟେ ସ୍ଥିତି ଉପରେ ନଜର ରଖିବାକୁ ପ୍ରଶାସନିକ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।