ନୀଳଗିରି ତହସିଲ୍‌ କାର୍ଯ୍ୟାଳୟର ମନମାନି ନୀତି; ଜାତିଗତ ପ୍ରମାଣପତ୍ରରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ

Published By : Prameya-News7 Bureau | July 20, 2022 IST

ନୀଳଗିରି ୨୦/୦୭: ନୀଳଗିରି ଓ ଗ୍ରାମୀଣ ଅଞ୍ଚଳର ଶତାଧିକ ଆଦିବାସୀମାନଙ୍କ ଅଭିଯୋଗ ପାଇ ଦିଲ୍ଲୀରୁ ସାଂସଦ ପ୍ରତାପ ଷଡ଼ଙ୍ଗୀ ତହସିଲଦାର ଓ ଉପଜିଲ୍ଲାପାଳଙ୍କ ଉପରେ ବର୍ଷିଛନ୍ତି। ସୂଚନାଯୋଗ୍ୟ ଏବେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ଶ୍ରେଣୀରେ ଆଡ଼ମିଶନ ହେବାର ସମୟ। ଫଳରେ ଆଦିବାସୀ ପରିବାର ପିଲାମାନଙ୍କୁ ଜାତିଗତ ପ୍ରମାଣପତ୍ରର ଅବଶ୍ୟତା ରହିଛି। ହେଲେ ନୀଳଗିରି ଏନଏସି ଓ ଗ୍ରାମାଞ୍ଚଳରେ କିଛି ପରିବାର ଭୂମିହୀନ ହୋଇଥିବାରୁ ସେମାନଙ୍କୁ ତହସିଲ କାର୍ଯ୍ୟାଳୟର ପକ୍ଷରୁ ଏହି ସାର୍ଟିଫିକେଟ ଦିଆଯାଉନାହିଁ। ଫଳ ସ୍ୱରୂପ ଗରିବ ଆଦିବାସୀ ପିଲାମାନେ ଘରୋଇ ଶିକ୍ଷାନୁଷ୍ଠାନ କିମ୍ବା ଅନ୍ୟ କୌଣସି ଆବାସିକ ବିଦ୍ୟାଳୟରେ ପଢିବାରୁ ବଞ୍ଚିତ ହେଉଛନ୍ତିl

ସାଂସଦ ପ୍ରତାପ ଷଡ଼ଙ୍ଗୀ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଶତାଧିକ ଗରିବ ପିଲାଙ୍କୁ ଭୁବନେଶ୍ୱରରେ ମାଗଣାରେ ପଢାଇବା ପାଇଁ  ପଞ୍ଜୀକରଣ କରିଛନ୍ତି। କିନ୍ତୁ ଆଡ଼ମିଶନ ବେଳକୁ ଜାତିଗତ ପ୍ରମାଣପତ୍ର ଆବଶ୍ୟକ ଥିବାରୁ ସରକାରୀ ଅଧିକାରୀମାନଙ୍କ ଅବହେଳା ଓ ଖାମଖିଆଲ ନୀତିଯୋଗୁ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି। ବୁଧବାର ବହୁ ଆଦିବାସୀ ପରିବାର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକଙ୍କ ସହାୟତାରେ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରିଛନ୍ତି। ଏପରିକି ତହସିଲ କାର୍ଯ୍ୟାଳୟ ଘେରାଉ ଭଳି ପରିସ୍ଥିତି ସୃଷ୍ଟି ମଧ୍ୟ ହୋଇଥିଲା। ସାଂସଦ ଙ୍କ ହସ୍ତକ୍ଷପ ଯୋଗୁ ଉଭୟ ତହସିଲଦାର ଓ ଉପଜିଲ୍ଲାପାଳଙ୍କୁ ଲୋକାଲ ଭେରୀଫିକେସନ କରାଇ ତୁରନ୍ତ ଜମିପଟ୍ଟା ନଥିଲେ ମଧ୍ୟ ପିଲାଙ୍କ ଭବିଷ୍ୟତ ପାଇଁ ଜାତିଗତ ପ୍ରମାଣ ପତ୍ର ଦେବାକୁ ପରାମର୍ଶ ଦେଇଥିଲେ। ପରେ ଉପଜିଲ୍ଲାପାଳ ଓ  ତହସିଲଦାର ଅତିରିକ୍ତ ତହସିଲଦାର ଓ ଆରଆଇଙ୍କୁ ଲୋକାଲ ଭେରୀଫିକେସନ କରି ଜାତିଗତ ପ୍ରମାଣପତ୍ର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତିl

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.