ଶିକ୍ଷକ ନିଯୁକ୍ତି ଦାବିରେ ଅଭିଭାବକ ଓ ଛାତ୍ରଛାତ୍ରୀ ସ୍କୁଲ ସମ୍ମୁଖରେ ଗଣଧାରଣା, ବ୍ଲକ ଶିକ୍ଷାଧିକାରିଙ୍କ ପ୍ରତିଶ୍ରୁତି ପରେ ହଟିଲା ଧାରଣା

Published By : Prameya-News7 Bureau | November 13, 2023 IST

କାମାକ୍ଷାନଗର ୧୩।୧୧: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କଙ୍ଗେଇଲୋ ଜନତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଗଣଧାରଣା । ସ୍କୁଲରେ ନୂତନ ଶିକ୍ଷକ ନିଯୁକ୍ତି ଦାବିରେ ଧାରଣାରେ ବସିଥିଲେ ।

ସୂଚନାଯୋଗ୍ୟ ଯେ, ସ୍କୁଲରେ ୩ଟି ଶ୍ରେଣୀରେ ମୋଟ୍ ୧୫୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଶିକ୍ଷକ ମାତ୍ର ୩ ଜଣ । ସରକାରୀ ନିୟମ ଅନୁଯାୟୀ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ଜଣେ ଶିକ୍ଷକ ହିସାବରେ ମୋଟ ୫ ଜଣ ଶିକ୍ଷକ ନିଯୁକ୍ତି ହେବା କଥା । କିନ୍ତୁ ୩ ଜଣ ଶିକ୍ଷକ ମଧ୍ୟରୁ  ଜଣେ ସିଆରସି ଥିବା ବେଳେ ଆଉ ଦୁଇ ଜଣ ଶିକ୍ଷକ ଶିକ୍ଷାଦାନ କରନ୍ତି । ଜଣେ ପ୍ରଧାନ ଶିକ୍ଷକ ଓ ଆଉ ଜଣେ ସହକାରୀ ଶିକ୍ଷକ । ପ୍ରଧାନ ଶିକ୍ଷକ କୌଣସି ସରକାରୀ କାର୍ଯ୍ୟରେ ଗଲେ ଆଉ ମାତ୍ର ଜଣେ ଶିକ୍ଷକ ରୁହନ୍ତି । ତେଣୁ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ବହୁ ଅସୁବିଧାର ସମ୍ମୁଖିନ ହେଉଥାଏ । ଏନେଇ ଅଭିଭାବକଙ୍କ ତରଫରୁ ପୂର୍ବରୁ ବାରମ୍ବାର ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ । କିନ୍ତୁ କିଛି ନଶୁଣିବାରୁ ସୋମବାର ୧୦ଟା ଠାରୁ ସ୍କୁଲ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ବସିଥିଲେ । ଏପରିକି ସ୍କୁଲ ଭିତରକୁ ଶିକ୍ଷକଙ୍କୁ ମଧ୍ୟ ଛାଡିନଥିଲେ । ଟେଲିଫୋନ ମାଧ୍ୟମରେ ବ୍ଲକ ଶିକ୍ଷାଅଧିକାରୀ ଆଗାମୀ ୩ ଦିନ ଭିତରେ ଜଣେ ଶିକ୍ଷକ ନିଯୁକ୍ତି ଦେବାର ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଥିଲେ । ପାଠପଢା ସ୍ବାଭାବିକ ହୋଇଥିଲା ।

You Can Read :

wp:embed {"url":"https://www.prameyanews7.com/bjp-to-protest-in-front-of-different-block-and-municipal-council-office/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bjp-to-protest-in-front-of-different-block-and-municipal-council-office/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.